ଲମତାପୁଟ, (ବାଘୁଆବାର୍ତ୍ତା): ଲମତାପୁଟ ପୋଲିସକୁ ବଡ଼ ସଫଳତା। ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଜଙ୍ଗଲରେ ଗଞ୍ଜେଇ ଲୋଡ କରୁଥିବା ବେଳେ ଚଢାଉ କଲା ପୋଲିସ। ଗାଡି ଛାଡି ଘଟଣାସ୍ଥଳରୁ ୨ ଗଞ୍ଜେଇ ମାଫିଆ ଫେରାର୍। ସୂଚନାନୁଯାୟୀ, କାକଲପଡା ଗାଁ ନିକଟ ଜଙ୍ଗଲରେ ୨ ଜଣ ଗଞ୍ଜେଇ ମାଫିଆ ଏକ କାର୍ରେ ଗଞ୍ଜେଇ ଲୋଡ କରୁଥିଲେ। ଖବର ପାଇ ଲମତାପୁଟ ପୋଲିସ ଚଢାଉ କରିଥିଲା। ଫଳରେ ଗାଡି ଛାଡି ଘଟଣାସ୍ଥଳରୁ ୨ ଗଞ୍ଜେଇ ମାଫିଆ ଫେରାର୍ ହୋଇଯାଇଛନ୍ତି। କାର୍ ଡିକିରୁ ୪ଟି ବସ୍ତାରେ ପ୍ରାୟ ୧ କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ। ଏହି ଗଞ୍ଜେଇ କାକଲପଡ଼ା ଅଞ୍ଚଳରୁ ହରିୟାଣା ଚାଲାଣ ହେଉଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।






