Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆକସ୍ମିକ ଭାବେ ତନ୍ତ ପୋଡି ଯିବା ଯୋଗୁ ଜୀବିକା ହରାଇ ହତାଶ ହୋଇପଡ଼ିଛନ୍ତି ମହିଳା

by ସଞ୍ଜୟ ସ୍ୱାଇଁ
October 17, 2021
in State
ଆକସ୍ମିକ ଭାବେ ତନ୍ତ ପୋଡି ଯିବା ଯୋଗୁ ଜୀବିକା ହରାଇ ହତାଶ ହୋଇପଡ଼ିଛନ୍ତି ମହିଳା
56
VIEWS
Share on FacebookShare on Twitter

ନିଶ୍ଚିନ୍ତକୋଇଲି, (ବାଘୁଆବାର୍ତ୍ତା): ସ୍ଥାନୀୟ ମହମ୍ମଦପୁର ଗ୍ରାମର ଜଣେ ମହିଳାଙ୍କ ତନ୍ତ ପୋଡି ଯିବା ଯୋଗୁ ସେ ଜୀବିକା ହରାଇ ଏବେ ହତାଶ ହୋଇପଡ଼ିଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ଅଧୀନ ମହମ୍ମଦପୁର ପଞ୍ଚାୟତରେ ସରୋଜିନୀ ନାୟକଙ୍କ ଘର । ତନ୍ତରେ ଲୁଗା ବୁଣି ୪ ପ୍ରାଣୀ କୁଟୁମ୍ୱ ପୋଷୁଥିଲେ ସେ । କିନ୍ତୁ ନିକଟ ଅତିତରେ ସରୋଜିନୀ ତନ୍ତ ଆକସ୍ମିକ ଭାବେ ପୋଡ଼ିଯାଇଥିଲା । ଏଣୁ ସେ ରୋଜଗାର ହରାଇ ଜୀବନସହ ସଂଗ୍ରାମ କରୁଛନ୍ତି । ସ୍ୱାମୀ ନିରଞ୍ଜନ ମାନସିକ ମାନସିକ ଭିନ୍ନକ୍ଷମ ହୋଇଥିଲା ବେଳେ ୨ ପୁଅ ଝିଅଙ୍କୁ ନେଇ ତାଙ୍କର ତେଲ ଲୁଣର ସଂସାର । ବିଭିନ୍ନ ସରକାରୀ ଦପ୍ତର ଓ ଲୋକପ୍ରତିନିଧିଙ୍କୁ ତନ୍ତ ପାଇଁ ଗୁହାରି କରି ମଧ୍ୟ ସବୁଆଡୁ ନିରାଶ ହୋଇପଡ଼ିଛନ୍ତି ସରୋଜିନୀ । ଦୁଇବର୍ଷ ହେବ ତନ୍ତ ନଥିବାରୁ ସେ କୁଳ ବେଉସା ଠାରୁ ଦୂରେଇ ରହିଛନ୍ତି । ରାସନ କାର୍ଡ ପାଇଁ ବାରମ୍ୱାର ସରକାରୀ ଦପ୍ତର ଓ ସ୍ଥାନୀୟ ନେତୃମଣ୍ଡଳୀଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନାହାଁନ୍ତି । ସବୁ ଆଡୁ ନିରାଶ ହୋଇ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ଗୁହାରି କରିଛନ୍ତି । ତେବେ ତାଙ୍କୁ ଖୁବ ଶୀଘ୍ର ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେବା ସହ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିଧାୟକଙ୍କ ପ୍ରତିଶ୍ରୁତି କେବେ ପାଳନ ହେବ ତାହା ସମୟ କହିବ । ଏ ସମ୍ପର୍କରେ ଯୋଗାଣ ଅଧିକାରୀ ପ୍ରତିମ ଦାସ କୁହନ୍ତି ଅନ୍‌ଲାଇନ୍‌ରେ ରାସନକାର୍ଡ ପାଇଁ ଆବେଦନ କଲେ ଏହା ଯୋଗାଇ ଦିଆଯିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!