Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥକାଠର ଅଭାବ ଦୂର କରିବ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ

by ସଞ୍ଜୟ ସ୍ୱାଇଁ
October 17, 2021
in Nayagarh, State
ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥକାଠର ଅଭାବ ଦୂର କରିବ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ
238
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପ୍ରତିବର୍ଷ ଶ୍ରୀ ଜିଉମାନଙ୍କର ତିନି ରଥ ନିର୍ମାଣ ବାବଦରେ ଆବଶ୍ୟକ ଅନୁଯାୟୀ ନିର୍ଦ୍ଦିଷ୍ଟ ପ୍ରକାର କାଠ ମୁଖ୍ୟତଃ ନୟାଗଡ଼ ଜିଲ୍ଲାରୁ ପରମ୍ପରା ଅନୁଯାୟୀ ପୁରୀକୁ ପଠା ଯାଇଥାଏ । ଏପରିକି ପୂର୍ବରୁ ରାସ୍ତାଘାଟ ନଥିବା ସମୟରେ ଏହି ରଥକାଠ ଗୁଡ଼ିକ ମହାନଦୀ ଜଳରେ ଭେଳା କରି ପଠା ଯାଉଥିବାବେଳେ ବର୍ତ୍ତମାନ ଟ୍ରକ ଯୋଗେ ଆବଶ୍ୟକ ପରିମାଣର ରଥ କାଠ ପୁରୀର ରଥଖଳାକୁ ପଠା ଯାଉଛି । ତେବେ ଧାରାବାହିକ ଭାବେ ଏହି ଧାର୍ମିକ ପ୍ରକ୍ରିୟା ଚାଲୁ ରହିବା ସାଙ୍ଗକୁ ଜଙ୍ଗଲ ଲୁଟେରାମାନଙ୍କ ଦୌରାତ୍ମ୍ୟ ଯୋଗୁଁ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ ସଂଖ୍ୟକ କାଠ ଭବିଷ୍ୟତରେ ମିଳିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା । ଏହାକୁ ଗୁରୁତ୍ୱର ସହ ବିଚାର କରି ରାଜ୍ୟ ସରକାର ଆଗାମୀ ଦିନରେ ରଥକାଠର ଅଭାବକୁ ଦୂର କରିବା ପାଇଁ ରାଜ୍ୟରେ “ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ’ ଏବଂ “ଶ୍ରୀ ରଥକାଠ ପ୍ରକଳ୍ପ’ ନାମରେ ଦୁଇଟି ଦୀର୍ଘସୂତ୍ରୀ ଧାର୍ମିକ ଯୋଜନା ଆରମ୍ଭ କରିଥିଲେ । ଓଡ଼ିଶାରେ ପ୍ରଥମେ ଆରମ୍ଭ କରାଯାଇଥିବା ଏହି ଦୁଇଟି ପ୍ରକଳ୍ପ ନୟାଗଡ଼ ଜିଲ୍ଲାର ଭାପୁର ଫରେଷ୍ଟ ସେକ୍ସନ ଅଞ୍ଚଳରେ ଶୁଭାରମ୍ଭ କରାଯାଇଛି । ଶ୍ରୀଜଗନ୍ନାଥ ବନପ୍ରକଳ୍ପ ଭାପୁର ସେକ୍ସନର ପିଠାଖାଇ ରିଜର୍ଭ ଜଙ୍ଗଲରେ ୪୦ ହେକ୍ଟର ପରିମିତ ଅଞ୍ଚଳରେ ୨୦୦୦ ମସିହାରେ ଶୁଭାରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପକୁ ପୁରୀର ଗଜପତି ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ଉଦ୍‌ଘାଟନ କରିଥିଲେ । ଏହି ଅଞ୍ଚଳର ମାଟି, ରଥ ନିର୍ମାଣ ନିମନ୍ତେ ବ୍ୟବହୃତ ହେଉଥିବା ଗଛ ଗୁଡ଼ିକ ପାଇଁ ବେଶ ଅନୁକୂଳ ହୋଇଥିବାରୁ ଏବଂ ରାଜ୍ୟର ସର୍ବପ୍ରଥମ ଶ୍ରୀରଥ କାଠ ପ୍ରକଳ୍ପ ମଧ୍ୟ ଏହି ସେକ୍ସନର ରାମଚନ୍ଦ୍ରପ୍ରସାଦ ଗ୍ରାମ ନିକଟରେ ୨୦୦୯ ମସିହାରେ ଆରମ୍ଭ କରାଯାଇଛି । ତେବେ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ପିଠାଖାଇ ରିଜର୍ଭ ଜଙ୍ଗଲରେ ସଫଳତାର ସହ ଚାଲିବା ପରେ ଖଣ୍ଡପଡ଼ା ଫରେଷ୍ଟ ରେଞ୍ଜର କେନ୍ଦୁପଲ୍ଲୀ, କୃଷ୍ଣପଲ୍ଲୀ, ରତାଖଣ୍ଡି, ସାପୁଆ, ଜାମୁବଣି, ପତରବଣି, ବାଉଁଶବଣି, ମହୁଲବେରଣା, ସାହାଡ଼ା ମୁଣ୍ଡିଆ ଏବଂ ପେଟାପଲି ଗ୍ରାମ ଗୁଡ଼ିକରେ ୨୮୦ ହେକ୍ଟର ଜଙ୍ଗଲ ତଥା ରାଜସ୍ୱ ଜମିରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ନିମନ୍ତେ ଚାରା ରୋପଣ କରାଯାଇଛି । ଅନ୍ୟ ପକ୍ଷରେ ନୟାଗଡ଼ ଜିଲ୍ଲାର ମଧ୍ୟ ବିଭିନ୍ନ ସ୍ଥାନରେ ୧ ହଜାର ହେକ୍ଟରରୁ ଊଦ୍ଧ୍ୱର୍ ଜଙ୍ଗଲ ଏବଂ ରାଜସ୍ୱ ଜମିରେ ଏହି ସୁଦୂରପ୍ରସାରୀ ପ୍ରକଳ୍ପ ସ୍ଥାପିତ କରାଯାଇଛି । ତେବେ ନୟାଗଡ଼ ଜିଲ୍ଲାରେ ଏହି ପ୍ରକଳ୍ପର ସର୍ବୋତ୍ତମ ସଫଳ ରୂପାୟନରେ ପ୍ରଭାବିତ ହୋଇ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଅନ୍ୟ ୧୨ ଟି ଜିଲ୍ଲାକୁ ମଧ୍ୟ ସଂପ୍ରସାରିତ କରିଛନ୍ତି । ନୟାଗଡ଼ ଜିଲ୍ଲା ସମେତ ଅନ୍ୟ ୧୨ଟି ଜିଲ୍ଲାରେ କରାଯାଇଥିବା ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପର୍ୟ୍ୟାପ୍ତ ପରିମାଣର ରଥକାଠ ମିଳି ପାରିବ ବୋଲି ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ଏଠାରେ ଉଲ୍ଲେଖ ଯେ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ ହେଉଥିବା ପର୍ୟ୍ୟାପ୍ତ ପରିମାଣର ଫାସି, ଅର୍ଜୁନ, ଶିମିଳି, ଅଶନ, ଗମ୍ଭାରୀ, ବାନ୍ଧଣ, ଧଉରା ସମେତ ଅନ୍ୟ ପ୍ରଜାତିର ହଜାର ହଜାର ସଂଖ୍ୟାରେ ଗଛ ଖଣ୍ଡପଡ଼ା ଏବଂ ଭାପୁର ବ୍ଳକର ବିଭିନ୍ନ ସ୍ଥାନରେ କରାଯାଇଥିବା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଏବଂ ଶ୍ରୀରଥ କାଠ ପ୍ରକଳ୍ପମାନଙ୍କରେ ମହଜୁଦ ରହିଛି । ସ୍ଥାନୀୟ କୁସୁମୀ ଏବଂ ମହାନଦୀ କୂଳରେ ପର୍ୟ୍ୟାପ୍ତ ସଂଖ୍ୟକ ଫାସି ଗଛ ମଧ୍ୟ ରହିଛି । ଆଗାମୀ ୧୫/୨୦ ବର୍ଷ ପାଇଁ ଏହି ସବୁ ପ୍ରକଳ୍ପର କାଠଗୁଡ଼ିକ ଶ୍ରୀଜିଉମାନଙ୍କର ରଥ ନିର୍ମାଣ କାର୍ୟ୍ୟରେ ନିୟୋଜିତ ହୋଇ ପାରିବ ବୋଲି ଆକଳନ କରାଯାଇଛି । ଏହି ଅଞ୍ଚଳର ଲୋକମାନଙ୍କ ମନରେ ଭକ୍ତିଭାବନାକୁ ପ୍ରାଧାନ୍ୟ ଦେଇ ପିଠାଖାଇ ଜଙ୍ଗଲରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବ ବୋଲି ଗତ ୨୦୦୦ ମସିହାରେ ଗଜପତି ମହାରାଜା ଦେଇଥିବା ପ୍ରତିଶ୍ରୁତି ଅଦ୍ୟାବଧି କାର୍ୟ୍ୟକାରୀ ହୋଇ ନଥିବାରୁ ଲୋକଙ୍କ ମନରେ ନୈରାଶ୍ୟଭାବ ସୃଷ୍ଟି ହୋଇଛି । ତେବେ ଏହି ଜଙ୍ଗଲକୁ ସ୍ଥାନୀୟ ଲୋକ ଏବଂ ବନ ବିଭାଗ ଦୃଷ୍ଟିରେ ରଖିଥିବାରୁ ଜଙ୍ଗଲର ଗଛଗୁଡିକ ସୁରକ୍ଷିତ ରହିଥିବା ଦେଖିବାକୁ ମିଳୁଛି । ଗଛଗୁଡିକର ଗୋଲେଇ ୬ଫୁଟ ହେବା ପରେ ଏଠାରୁ ଗଛ କଟାଯାଇ ରଥ ନିର୍ମାଣ ପାଇଁ ପୁରୀ ଯିବ ବୋଲି କୁହାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!