Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘୋଡ଼ାହାଡ଼ ଡ୍ୟାମ୍ ଛାଡ଼ିବ ପାଣି, ଗ୍ରାମବାସୀଙ୍କୁ ସତର୍କତା

by ସଞ୍ଜୟ ସ୍ୱାଇଁ
October 17, 2021
in State
ଘୋଡ଼ାହାଡ଼ ଡ୍ୟାମ୍ ଛାଡ଼ିବ ପାଣି, ଗ୍ରାମବାସୀଙ୍କୁ ସତର୍କତା
182
VIEWS
Share on FacebookShare on Twitter

ଦିଗପହଣ୍ଡି, (ବାଘୁଆବାର୍ତ୍ତା): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଦିଗପହଣ୍ଡି ବ୍ଲକ୍‌ ଖମାରୀ ଗାଁ ନିକଟ ଘୋଡ଼ାହାଡ଼ ଡ୍ୟାମ୍‌ର ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ହେଲେ ଉଦ୍‌ବୃତ୍ତ ଜଳ ନଦୀକୁ ଛଡ଼ାଯିବ ବୋଲି ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ ସହକାରୀ ଉପନିର୍ବାହୀ ଯନ୍ତ୍ରୀ ଏ.ଗୋପାଳ ରାଓ କହିଛନ୍ତି । ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ଶନିବାର ସନ୍ଧ୍ୟା ସୁଦ୍ଧା ଡ୍ୟାମ୍‌ରେ ଜଳପତ୍ତନ ୧୧୪.୮୦ ମିଟର ରହିଛି । ଡ୍ୟାମ୍‌ରୁ ପାଣି ଛଡ଼ାଯିବା ନେଇ ନଦୀ ତଟବର୍ତ୍ତୀ ଏସ୍‌.ଟିକରପଡା, ଗୋଲଣ୍ଡା, ପେଣ୍ଠା, ବୋରିପଦର, କଇଠଖଣ୍ଡି, ମଧୁବନ, ରଲାସିଙ୍ଗୀ, ପନାଡ଼, ଜକମେରୀପଲ୍ଲୀ, ଜଲେରୀପଲ୍ଲୀ, ଧେରେଣ୍ଡି,ଗୁମ୍ମା, ମୌଳଭଞ୍ଜା, ତିଳେଶ୍ୱର, ଖୋଲଡି, ନୂଆଗଡ, ଆମ୍ବଗାଁ, ଭୋଇପଲ୍ଲୀ, ମହାନଳା, ପଳାସପୁର, ପାଟପୁର ଗାଁରେ ଜଳସମ୍ପଦ ବିଭାଗ ସତର୍କ ସୂଚନା ଜାରି କରିଛି । ନଦୀ ମଧ୍ୟକୁ କୌଣସି ବ୍ୟକ୍ତି ଶୌଚ କିମ୍ବା ଗାଧୋଇବା ପାଇଁ ବାରଣ କରିବା ସହ କୌଣସି ଗୃହପାଳିତ ପଶୁମାନଙ୍କୁ ନଛାଡିବା ପାଇଁ ବେତାର ଯନ୍ତ୍ର ମାଧ୍ୟମରେ ସତର୍କ କରାଇ ଦିଆଯାଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ଦିଗପହଣ୍ଡି ସମେତ ଘୋଡ଼ାହାଡ଼ ଡ୍ୟାମ୍‌ ଇଲାକାରେ ୧୮ ମିଲିମିଟର ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ରେକର୍ଡ କରିଛି । ରବିବାର ରାତିରୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଡ୍ୟାମ୍‌ରେ ଜଳ ପରିମାଣ ବୃଦ୍ଧି ପାଇବା ଆଶଙ୍କା ରହିଛି । ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ୍‌ ଅଧିନ ବିଭିନ୍ନ ଗାଁ ଅତିକ୍ରମ କରି ପ୍ରବାହିତ ଘୋଡାହାଡ ନଦୀ ସଂଲଗ୍ନ କୂଳ ହୁଡା ଓ ନଦୀବନ୍ଧ ଗୁଡିର ସୁରକ୍ଷା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସମେତ କର୍ମଚାରୀ ପ୍ରଦୀପ କୁମାର ମହାନ୍ତି, ବିନୋଦ ଗୌଡ, ପୂର୍ଣ୍ଣଚନ୍ଦ୍ର ଦୋରା, ଲଣ୍ଡା ଗୌଡ, ଭକ୍ତ ଦଳାଇ ପ୍ରମୁଖ ୨୪ ଘଣ୍ଟିଆ ଦାୟିତ୍ୱରେ ରହଛନ୍ତି । ନଦୀବନ୍ଧ ଦୁର୍ବଳ ସ୍ଥାନରେ ବାଉଁଶ ବଲ୍ଲା, ବାଲି ବସ୍ତା ଓ ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଥିବା ଉପନିର୍ବାହୀ ଯନ୍ତ୍ରୀ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!