ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରୋହିବାଙ୍କ ଗ୍ରାମଠାରେ ଥିବା ଚନ୍ଦ୍ରମା ଏଚ.ପି ଗ୍ୟାସ ଅଫିସରେ ଗତକାଲି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଅଛି ।ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୭ ଘଟିକା ସମୟରେ କେହି ଜଣେ ଦୁର୍ବୁତ୍ତ ଗ୍ୟାସ ଗାଡିକୁ ଭାଙ୍ଗିବା ସମେତ ସିସିଟିଭି କ୍ୟାମେରା ଏବଂ ତାଲା ଭାଙ୍ଗିଥିବା ଜଣାପଡିଛି । ସିସିଟିଭି ଫୁଟେଜ ଆଧାରରେ ଜଣେ ଦୁର୍ବୁତ୍ତ ଏହି କାଣ୍ଡ ଭିଆଇଥିବା ଦେଖାଯାଉଛି। ଚୋରି ଉଦ୍ଦେଶ୍ୟ ରଖି ଏଭଳି କାଣ୍ଡ ଘଟାଯାଇଥିବା ଅନୁମାନ କରାଯାଉଛି ।






