ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗୋପାଳପୁର ବିଧାୟକ ତଥା ବିଜେଡିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ସହଯୋଗୀ, ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ବ୍ରହ୍ମପୁର ସହର ଷ୍ଟାଡିୟମ ନିକଟ ବାସଭବନ ସମେତ ସହର ଉପକଣ୍ଠ ବଡ଼କୁଶସ୍ଥଳି, ନରେନ୍ଦ୍ରପୁର ଆଦି ପ୍ରାୟ ୧୫ଟି ଜାଗାରେ ରବିବାର ସକାଳୁ ଖାନତଲାସ ଆରମ୍ଭ ହୋଇଛି। ପ୍ରଦୀପ ପାଣିଗ୍ରାହୀଙ୍କ କିଛି ସମର୍ଥକ, ଡ୍ରାଇଭର, ପରାମର୍ଶଦାତା, ଫାଇନାନ୍ସରଙ୍କ ଘରେ ମଧ୍ୟ ଯାଞ୍ଚ ଚାଲିଛି। ଏହି ଚଢ଼ଉ କଟକ ଭିଜିଲାନ୍ସ ଟିମ୍ କରିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ୫ କୋଟି ୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ମିଳିଛି। ୨୦୦୯ରୁ ୨୦୨୦ ମସିହା ମଧ୍ୟରେ ଏହି ସମ୍ପତ୍ତି ସେ ଠୁଳ କରିଥିବା ତଦନ୍ତରୁ ଜଣାପଡିଥିଲା। ପୂର୍ବରୁ ଏନେଇ ଲୋକାୟୁକ୍ତଙ୍କୁ ରିପୋର୍ଟ ଦିଆଯାଇଛି।






