Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୀଳଗିରିରେ ବନ୍ଦ ହେଉନି ଚୋରା ମଦଭାଟି

by ସଞ୍ଜୟ ସ୍ୱାଇଁ
October 17, 2021
in Crime, State
ନୀଳଗିରିରେ ବନ୍ଦ ହେଉନି ଚୋରା ମଦଭାଟି
43
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ନୀଳଗିରି ଅବକାରୀ ବିଭାଗର ଚଢ଼ାଉ ଉପରେ ଚଢ଼ାଉ କରୁଥିଲେ ସୁଦ୍ଧା ବନ୍ଦ ହେବାର ନାଁ ଧରୁନି ଚୋରା ମଦ ଭାଟି। ଅଭିଯୋଗ ଆସୁଛି କଠୋର କାର୍ୟ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ଉପର ଠାଉଣିଆ ଭାବେ ଚାଲିଛି ଚଢ଼ାଉ। ଫଳରେ ବେପାରୀମାନେ ବିଭାଗ ଠାରୁ ଦୁଇପାଦ ଚାଲାକ ହୋଇ ତାଙ୍କର କଳାସାମ୍ରାଜ୍ୟ ବିସ୍ତାର କରୁଛନ୍ତି। ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଦିନକୁ ଦିନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ନଦୀ ତଟ, ଜଙ୍ଗଲରେ ଚାଲିଛି ଦେଶୀମଦ ଭାଟି। ବରମପୁର ଥାନା ଅଧିନ କାଦୁଆଳି,କେସିପୁର,ପିଠାଅତା, ଆଡିମାଳ, ରାଧାକିଶୋରପୁର, କାଂଶ, ନରସିଂହପୁର, ବରମପୁର,ଆରବନ୍ଦ ଅଞ୍ଚଳରେ ଏବେ ମଦବେପାରୀ ଅଧିକ ସକ୍ରିୟ ହୋଇଛନ୍ତି। ତେବେ କୂଳଡ଼ିହା ଅଭୟାରଣ୍ୟ ସୀମାନ୍ତ ଗାଁ ସମେତ ଜଙ୍ଗଲରେ ଅଧିକ ଚୋରା ଦେଶୀମଦ ଭାଟି ଚାଲିଥିବା ଜଣାପଡିଛି। ଅବକାରୀ ବିଭାଗ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଚଢ଼ାଉ କରୁଛି ସତ ହେଲେ ମଦ ଭାଟି ବନ୍ଦ ହେଉନି।ଏ ହାର ଅନେକ କାରଣ ରହୁଛି। ମଦ ବେପାରୀମାନେ କିଛି ଅସାଧୁ ଅବକାରୀ ଓ ପୋଲିସ କର୍ମଚାରିଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରି ନିଜର କାୟା ବିସ୍ତାର କରିଛନ୍ତି। ଏପରିକି ପୂଜାପାର୍ବଣ ଓ ନୂଆ ବର୍ଷ ବେଳକୁ ଉତ୍କୋଚ ଧରି ପହଂଚିଯାଉଥିବା ସୂଚନା ମିଳିଛି। ଚଢ଼ାଉ ହେବା ପୂର୍ବରୁ ଯୋଜନା ହେବାବେଳକୁ ମଦ ବେପାରୀଙ୍କ ପାଖରେ ଖବର ପହଞ୍ଚି ଯାଉଛି। ସେଥିପାଇଁ ମଦ ସାମଗ୍ରୀ କିଛି ମିଳୁଛି ତ ଆଉ କିଛି ଗାଏବ କରି ଦିଆଯାଉଛି। ମଦଭାଟିରୁ ଭୋର ସମୟରେ ମୋଟର ଟିଉବରେ ଦେଶୀମଦ ଡିପୁ ଗୁଡିକ ପର୍ୟ୍ୟନ୍ତ ଚାଲାଣ ହେଉଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି। ସମସ୍ତେ ଏହା ଜାଣିଛନ୍ତି । ହେଲେ ଅଞ୍ଚଳବାସୀ ଏହାକୁ ନଧରାଇ ଅବକାରୀ ବିଭାଗର ଏହା ଉତ୍ତର ଦାୟିତ୍ୱ କହି ଚୁପ ରହୁଛନ୍ତି ସିନା ହେଲେ ମଦ ପିଇ ପରିବାର ରେ ଅଶାନ୍ତି ଓ ଅଳ୍ପଆୟୁରେ ମୃତ୍ୟୁ ଭଳି ଘଟଣା କାହାକୁ ଅଛପା ନାହିଁ। ଖାଲି ଦେଶୀ ମଦ କଥା ଭାବିଲେ ହେବ ନାହିଁ ନୀଳଗିରିରେ ଯେ ନକଲି ବିଦେଶୀ ମଦ ବେପାରର ହବ୍ ହେଲାଣି ଏକଥା ପ୍ରଶାସନ ଭାବିବା ଦରକାର। ପାନ ଦୋକାନ,ହୋଟେଲ,ପୁଚୁକା ଦୋକାନରେ ରାତି କଣ ଦିନରେ ବି ମଦ ମିଳୁଛି। ଅବକାରୀ ବିଭାଗ ଚଢ଼ାଉ କରି ସେଉଳ ନଧରି ଦଣ୍ଡିକାରୀ ଗୋଟାଇ କେସ୍ ବୃଦ୍ଧି କରିବାରେ ବ୍ୟସ୍ତ। ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରି ଉପରିସ୍ଥ ବାବୁଙ୍କର ଆସ୍ଥା ଭାଜନ ହେଉଛନ୍ତି ଆଉ ଯେଉଁଦିନ ପୃଷ୍ଠା ମଣ୍ଡନ ନହେଉଛି ସେଦିନ ଅଧିକାରୀ ନେହୁରା ହେବାଭଳି ନଜିର ରହିଛି। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଚଢ଼ାଉ ବେଳେ ସଠିକ୍ ତଦନ୍ତ ହେଉନଥିବାରୁ ଆଜି ବେପାରୀମାନେ ଖସି ଗୋଟାଏ ଜଗାରୁ ଅନ୍ୟ ଜାଗାକୁ ନିଜର ଭାଟି ଉଠାଇ ବେପାର କରୁଛନ୍ତି। ଅଞ୍ଚଳରେ ଚୋରା ଭାଟି କାହାର ଏହା ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଥାଏ। ତାଙ୍କୁ ପକ୍ଷ କରି ସମ୍ପୃକ୍ତ ବେପାରୀଙ୍କ ନାମରେ ମାମଲା ରୁଜୁକରି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହୁଏତ କିଛିଟା ରୋକାଯାଇ ପାରନ୍ତା। ତେବେ ଆଜି ପୁଣି ସିଂଧୁରିଆ, ବାବନ୍ଧ ଓ କୁମ୍ବାରସାହି ଓ ଶିଆଡିମାଳରେ ପୋଲିସ ଫୋର୍ସ ନେଇ ଚଢ଼ାଉ ବେଳେ ସମାନ ଅବସ୍ଥା। ୫୫୦୦ ଲିଟର ମହୁଲ ପୋଚ ଓ ୨୨୦ ଲିଟର ଦେଶୀ ମଦସିନା ଜବତ ହେଲା ହେଲେ କାହାରିକୁ ଗିରଫ କରିବାରେ ସଫଳ ହୋଇନାହାନ୍ତି ଅଧିକାରୀ। ଏହି ଭାଟି କାହାର ଓ ମାଲିକ କିଏ ? ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତରେ ତଦନ୍ତ ହୋଇଛି ନା ଧରି ଖାଲି ସାମଗ୍ରୀ ନସ୍ତକରି ଭଙ୍ଗାରୁଜା କରି ଫେରିଛନ୍ତି ଚଢ଼ାଉ ଟିମ। ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ଯେ ପର୍ୟ୍ୟନ୍ତ ବେପାରୀଙ୍କ ସହିତ ଅସାଧୁ ଅଧିକାରୀ ଓ କର୍ମଚାରୀ ବିରତ ନରହିବେ ଆଉ ଯୋଜନାମୂଳକ ଭାବେ ଚଢ଼ାଉ ନକରିବେ ବେପାରୀ ଖସି ଚାଲିଥିବେ। କେସ୍ ସିନା ବୃଦ୍ଧି ପାଇବ ହେଲେ ନୀଳଗିରି ଅଞ୍ଚଳରୁ ଚୋରା ମଦବେପାର କେବେ କମିବ ନାହିଁ। ବାଲେଶ୍ଵର ଜିଲ୍ଲାପାଳ ,ଏସପି ଓ ଅବକାରୀ ବିଭାଗର ସୁପରିଟେଣ୍ଡ ଘଟଣାକୁ ଗୁରୁତର ସହ ନେଇ ସଠିକ ନିର୍ଦେଶ ଦେବାର ଆବଶ୍ୟକତା ରହିବା ସହ ନିଜେ ମଧ୍ୟ ଏଭଳି ଚଢ଼ାଉରେ ସାମିଲ ହୋଇ ଅସଲ ଘଟଣା ହୃଦବୋଧ କରିବା ନିହାତି ଜରୁରୀ ହୋଇ ପଡିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!