Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୌଦ୍ଧସ୍ଥଳୀର ବିକାଶ ପାଇଁ ଓଡ଼ିଶାକୁ ‘ବୁଦ୍ଧିଷ୍ଟ ସର୍କିଟ’ରେ ସାମିଲ କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
October 17, 2021
in State
ବୌଦ୍ଧସ୍ଥଳୀର ବିକାଶ ପାଇଁ ଓଡ଼ିଶାକୁ ‘ବୁଦ୍ଧିଷ୍ଟ ସର୍କିଟ’ରେ ସାମିଲ କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ
66
VIEWS
Share on FacebookShare on Twitter

ନୂଆଦିଲ୍ଲୀ/ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ୱଦେଶ ଦର୍ଶନ ଯୋଜନାରେ ଘୋଷଣା ହୋଇଥିବା ‘ବୁଦ୍ଧିଷ୍ଟ ସର୍କିଟ’ରେ ଓଡ଼ିଶା ରାଜ୍ୟକୁ ସାମିଲ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସ୍ୱଦେଶ ଦର୍ଶନ ଯୋଜନାରେ ଭାରତ ସରକାରଙ୍କ ପର୍ୟ୍ୟଟନ ମନ୍ତ୍ରଣାଳୟ ୫ଟି ରାଜ୍ୟରେ ‘ବୁଦ୍ଧିଷ୍ଟ ସର୍କିଟ’ର ବିକାଶ ପାଇଁ ୩୨୫.୫୩ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ଏହି ୫ଟି ରାଜ୍ୟ ଗୁଡ଼ିକ ହେଲା ମଧ୍ୟପ୍ରଦେଶ, ଉତରପ୍ରଦେଶ, ବିହାର, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ । ତେବେ ଓଡ଼ିଶାରେ ସମୃଦ୍ଧ ବୌଦ୍ଧ ପରମ୍ପରା ଓ ପୂଣ୍ୟ ବୌଦ୍ଧ ପୀଠ ଥିବା ସତ୍ୱେ ଏହାକୁ ବୁଦ୍ଧ ସର୍କିଟରେ ସାମିଲ କରାନଯିବା ଏବଂ ଏହି ଯୋଜନା ଅନ୍ତର୍ଗତ ପବିତ୍ର ବୌଦ୍ଧ ପୀଠ ପାଇଁ କୌଣସି ପ୍ରକଳ୍ପ ନିମନ୍ତେ ଅନୁଦାନ ନମିଳିବା ଚିନ୍ତାଜନକ । ଓଡ଼ିଶାରେ ବୌଦ୍ଧ ଧର୍ମର ଇତିହାସ ସମ୍ପର୍କରେ ଶ୍ରୀ ପ୍ରଧାନ ପତ୍ର ମାଧ୍ୟମରେ ଅବଗତ କରାଇବା ସହ କହିଛନ୍ତି ଯେ ଧର୍ମ ବିଚାରଧାରା ଆସିବା ସମୟରୁ ଓଡ଼ିଶାରେ ବୌଦ୍ଧ ଧର୍ମ ରହିଆସିଛି । ଅଷ୍ଟମରୁ ଦଶମ ଶତାବ୍ଦୀ ପର୍ୟ୍ୟନ୍ତ ଭୌମକର ବଂଶର ଶାସନ କାଳରେ ରାଜ୍ୟରେ ବୌଦ୍ଧ ଧର୍ମର ବିବେଚନା କରାଯାଇଥିଲା । ଓଡ଼ିଶାର ଦୁଇ ବ୍ୟବସାୟୀ ତପସୁ ଏବଂ ଭଲ୍ଲିକଙ୍କ ସହିତ ବୁଦ୍ଧ ଭଗବାନଙ୍କ ସହ ସମ୍ବନ୍ଧ ଥିଲା । ବିଭିନ୍ନ କିମ୍ବଦନ୍ତୀରୁ ଜଣାପଡ଼ିଛି ଯେ ରାଜ୍ୟରେ କଳିଙ୍ଗ ଯୁଦ୍ଧ ପୂର୍ବରୁ ଯୋଦ୍ଧା ଅଶୋକାଙ୍କ ନେତୃତ୍ୱରେ ବୌଦ୍ଧ ଧର୍ମର ପ୍ରଚାରପ୍ରସାର ହୋଇଥିଲା । ଚୀନ ପରିବ୍ରାଜକ ହୁଏନ ସାଂଙ୍କ ବୌଦ୍ଧ ଧର୍ମ ଏବଂ ଓଡ଼ିଶା ସମ୍ପର୍କିତ ଲେଖା ରାଜ୍ୟରେ ବୌଦ୍ଧ ଧର୍ମର ଗୌରବମୟ ଅଧ୍ୟାୟକୁ ପୁର୍ନଜୀବିତ କରେ । ବୌଦ୍ଧ ଧର୍ମର ପ୍ରଭାବ ଓଡ଼ିଶାର ଲୋକଙ୍କ ସାମାଜିକ –ସାସ୍କୃତିକ ଜୀବନରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ପ୍ରସିଦ୍ଧ ବୌଦ୍ଧସ୍ଥଳି ତଥା ବୌଦ୍ଧପୀଠ ରହିଅଛି । ଧଉଳଗିରି, ଲଳିତଗିରି, ଉଦୟଗିରି, ରତ୍ନଗିରି ଏବଂ ଜିରାଙ୍ଗ ଠାରେ ବୌଦ୍ଧ କୀର୍ତି ତଥା ପରମ୍ପରା ବାବଦରେ ସ୍ପଷ୍ଟ ଚିତ୍ର ପ୍ରଦାନ କରେ । ଏ ସବୁ ବୃହତ ଭାବରେ ଆନ୍ତର୍ଜାତିକ ପର୍ୟ୍ୟଟକ ବିଶେଷ ଭାବରେ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆ ଓ ଉତର ପୂର୍ବ, ହିମାଂଚଳ ପ୍ରଦେଶ ଏବଂ ଲଦାଖ ତଥା ଦେଶର ପର୍ୟ୍ୟଟନ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଛି । ତେବେ ରାଜ୍ୟରେ ଥିବା ବୌଦ୍ଧ ପୁଣ୍ୟପୀଠ ମାନଙ୍କରେ ପର୍ୟ୍ୟଟକଙ୍କ ପାଇଁ ବିଶେଷ ଭାବରେ ଯୋଗାଯୋଗ, ଯାତାୟତ ଏବଂ ମୌଳିକ ସୁବିଧାର ବ୍ୟବସ୍ଥା ହୋଇନାହିଁ । ତେଣୁ ଅପାର ସମ୍ଭାବନା ରଖୁଥିବା ପବିତ୍ର ବୌଦ୍ଧସ୍ଥଳି ଗୁଡ଼ିକରେ ପର୍ୟ୍ୟଟନର ବିକାଶ ଏବଂ ପର୍ୟ୍ୟଟକଙ୍କ ବୃଦ୍ଧି ପାଇଁ ସ୍ୱଦେଶ ଦର୍ଶନ ଯୋଜନାରେ ପ୍ରସ୍ତାବିତ ‘ବୁଦ୍ଧିଷ୍ଟ ସର୍କିଟ’ରେ ଓଡ଼ିଶାକୁ ସାମିଲ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ପର୍ୟ୍ୟଟନ ସ୍ଥଳିର ବିକାଶ ହେଲେ ଓଡ଼ିଆ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆସିପାରିବ ବୋଲି ସେ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!