Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଧ୍ୟାପକଙ୍କ ବଦଳିକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

by ସଞ୍ଜୟ ସ୍ୱାଇଁ
October 16, 2021
in State
ଅଧ୍ୟାପକଙ୍କ ବଦଳିକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା
146
VIEWS
Share on FacebookShare on Twitter

ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ କେଲଜ ସମ୍ମୁଖରେ କଲେଜ ଛାତ୍ରଛାତ୍ରୀଙ୍କ ଧାରଣା ଓ ପ୍ରତିବାଦ ଦେଖିବାକୁ ମିଳିଛି । କଲେଜର ଏଜ୍ୟୁକେସନ୍‌ ବିଭାଗର ଅଧ୍ୟାପକ ସତ୍ୟବ୍ରତ ପୃଷ୍ଟିଙ୍କ ଅନ୍ୟ କଲେଜକୁ ବଦଳି ହୋଇଥିବା ବେଳେ ଏହି ବଦଳିକୁ ରଦ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ଏଥିସହ ଅଧ୍ୟାପକଙ୍କୁ ପୁନର୍ବାର ଏହି କଲେଜରେ ନିଯୁକ୍ତି ଦିଆଯିବା ପାଇଁ ଛାତ୍ରଛାତ୍ରୀମାନେ ଅଡ଼ି ବସିଛନ୍ତି । ଏ ନେଇ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରି ଗେଟ ତାଲା ପକାଇଥିଲେ । କଲେଜ ଅଧ୍ୟାପକ ଓ ବଡ଼ଚଣା ବିଧାୟକଙ୍କୁ ଲିଖିତ ଅଭିଯୋଗ କରାଯାଇ ଥିବା ବେଳେ କଲେଜ ଅଧକ୍ଷ କହିଛନ୍ତି ଏ ନେଇ ବିହିତ ପଦକ୍ଷେପ ନିଆଯିବ । ଦୀର୍ଘ ଦିନ ଧରି କଲେଜ ଅଧ୍ୟାପକ ପିଲାମାନଙ୍କ ସହିତ ଭଲ ଭାବେ ଜଡିତ ଥିବା ବେଳେ ଯଦି ଆଗାମୀ ଦିନରେ ଅଧ୍ୟାପକଙ୍କ ବଦଳି ରଦ୍ଦ ନକରାଯାଏ ତେବେ ଏହି ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!