Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀ ଆଗରେ ଜଳଭଣ୍ଡାରକୁ ଡେଇଁଲା ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
October 16, 2021
in State
ସ୍ୱାମୀ ଆଗରେ ଜଳଭଣ୍ଡାରକୁ ଡେଇଁଲା ସ୍ତ୍ରୀ
238
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ସ୍ୱାମୀ ଆଗରେ ଜଳଭଣ୍ଡାରକୁ ଡେଇଁଲା ସ୍ତ୍ରୀ। ଆଜି ଏପରି ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ମାତ୍ର କେଉଁ କାରଣରୁ ଡେଇଁଲେ, ତାହା ଏପର୍ୟ୍ୟନ୍ତ ଜଣାପଡ଼ି ନାହିଁ। ତେବେ ପାରିବାରିକ କାରଣରୁ ମହିଳା ଜଣକ ଡେଇଁଥିବା ଅଭିଯୋଗ ହେଉଛି। ଅଗ୍ନିଶମ ବିଭାଗ ଖାନତଲାସୀ କରୁଥିଲେ ମଧ୍ୟ ମହିଳାଙ୍କ ପତ୍ତା ପାଇନାହିଁ। ପାଡ଼ୁଆ ଥାନା କୁକୁଡାପକ୍ଷୀ ଗାଁ ପୂର୍ଣ୍ଣ ଖରାଙ୍କୁ ବିବାହ କରିଥିଲେ ପଦ୍ମା। ଉଭୟଙ୍କ ଔରଷରୁ ୩ଟି ସନ୍ତାନ ଅଛନ୍ତି। ଗତକାଲି(ଶୁକ୍ରବାର) ବିଜୟା ଦଶମୀ ଥିବାରୁ ସ୍ୱାମୀ-ସ୍ତ୍ରୀ ପିଲାଙ୍କୁ ନିଜ ଘରେ ଛାଡ଼ି ପୂଜାରିଗୁଡ଼ା ଯାଇଥିଲେ। ଆଜି ଅପରାହ୍ନରେ ସ୍ୱାମୀ ଓ ସ୍ତ୍ରୀ ଘରକୁ ଫେରୁଥିଲେ। ତେବେ ଜଲାପୁଟ୍‌ ଜଳ ଭଣ୍ଡରର ଚମ୍ପାପୁଟ ବ୍ରିଜ୍‌ ଉପରେ କୌଣସି କଥାକୁ ନେଇ ପୂର୍ଣ୍ଣ ଓ ପଦ୍ମାଙ୍କ ଭିତରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। କଥାକଟାକଟି ଭିତରେ ସ୍ୱାମୀ ପୂର୍ଣ୍ଣଙ୍କ ଆଗରେ ପଦ୍ମା ଜଳ ଭଣ୍ଡାରକୁ ଡେଇଁ ପଡ଼ିଥିଲେ। ଜଳ ଭଣ୍ଡାରର ଅକାତ କାତ ପାଣି ଭିତରେ ପଦ୍ମା ବୁଡ଼ି ଯାଇଥିଲେ। ଏନେଇ ପୂର୍ଣ୍ଣ ଘର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଜଳଭଣ୍ଡାରରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପତ୍ତା ମିଳିନାହିଁ। ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ ପାଡ଼ୁଆ ଥାନା ପୁଲିସ ଘଟଣା ଉପରେ ନଜର ରଖିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!