ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ସଂରକ୍ଷିତ ହୋଇଛି । ଏହି ପଦବୀ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବା ନେଇ ସୂଚନା ମିଳିଛି । ଗତଥର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା । ଚଳିତ ବର୍ଷ ଏହା ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବା ନେଇ ସୂଚନା ମିଳିଛି । ରାଜ୍ୟର ୩୦ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୫ଟି ଅଣସଂରକ୍ଷିତ ରହିଥିବା ଜଣାଯାଇଛି ।







