Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୋଇ କଳିରୁ ବିଧବା ମହିଳାଙ୍କୁ ଦେଢ଼ଶୁର ହତ୍ୟା କରି ନଦୀରେ ଭସାଇ ଦେଇଥିବା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
October 16, 2021
in Crime, State
ଘରୋଇ କଳିରୁ ବିଧବା ମହିଳାଙ୍କୁ ଦେଢ଼ଶୁର ହତ୍ୟା କରି  ନଦୀରେ ଭସାଇ ଦେଇଥିବା ଅଭିଯୋଗ
146
VIEWS
Share on FacebookShare on Twitter

ଆନନ୍ଦପୁର, (ବାଘୁଆବାର୍ତ୍ତା): ଘରୋଇ କଳିର କରୁଣ ପରିଣତି। ଜଣେ ବିଧବା ମହିଳାଙ୍କୁ ତାଙ୍କ ଦେଢ଼ଶୁର ହତ୍ୟା କରି ବୈତରଣୀ ନଦୀରେ ଭସାଇ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି। ମହିଳାଙ୍କ ଝିଅ ଘସିପୁରା ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ମୃତ ମହିଳାଙ୍କ ଜଣଙ୍କ ହେଲେ ସୁରଥୀ ନାୟକ। ତାଙ୍କୁ ୫୦ ବର୍ଷ ହୋଇଥିଲା। ସୁରଥୀଙ୍କୁ ହତ୍ୟା କରିବା ପରେ ଦେଢ଼ଶୁର ଶତ୍ରୁଘ୍ନ ନାୟକ ଫେରାର ହୋଇଯାଇଛନ୍ତି। ଅଭିଯୋଗ ଅନୁସାରେ, ସୁରଥୀଙ୍କ ଦୁଇ ଝିଅ। ସେ ଝିଅମାନଙ୍କୁ ବାହା ଦେବା ପରେ ସେ ଏକାକି ଘରେ ରହିଆସୁଥିଲେ। କୌଣସି କାରଣ ନଥାଇ ପ୍ରତ୍ୟେକ ଦିନ ଦେଢ଼ଶୁର ଶତ୍ରୁଘ୍ନ ମଦ ପିଇବା ପରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ ସହ କଳି ଝଗଡା କରୁଥିଲେ। ଗୁରୁବାର ରାତିରେ ସୁରଥୀ ନିଜ ଘର ଚାବି ପକାଇ ଅନ୍ୟ ଜଣକ ଘରକୁ ଟିଭି ଦେଖିବାକୁ ଯାଉଥିଲେ। ଏହି ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଶତ୍ରୁଘ୍ନ ଉତ୍ତ୍ୟକ୍ତ ହୋଇ ସୁରଥୀଙ୍କୁ ନଈକୂଳକୁ ଘୋଷାଡି ନେବା ସହ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ। ପରେ ବୈତରଣୀ ନଦୀରେ ଭସାଇ ଦେଇଥିଲେ। ଗତକାଲି ସୁରଥୀଙ୍କ ଅଧା ମୃତଦେହ ଆମରଙ୍ଗ ଘାଟରୁ ଉଦ୍ଧାର କରାଯାଇଥିଲା। ଶରୀରର ଉପର ଭାଗ ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି ଘସିପୁରା ଥାନା ଅଧିକାରୀ ଶ୍ୟାମଘନ ବେହେରା କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!