Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିମିରିମୁଣ୍ଡା ଗାଁରେ ମାତିଛନ୍ତି ୧୨ ଟିକିଆ ହାତୀପଲ

by ସଞ୍ଜୟ ସ୍ୱାଇଁ
October 15, 2021
in State
ଡିମିରିମୁଣ୍ଡା ଗାଁରେ ମାତିଛନ୍ତି ୧୨ ଟିକିଆ ହାତୀପଲ
99
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ମାତିଛନ୍ତି ହାତୀପଲ । ଭିମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗାଁରେ ୧୨ ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଗାଁରେ ଜଙ୍ଗଲି ବାରହାଙ୍କୁ ନେଇ ଲୋକେ ଭୟଭୀତ ଥିବା ବେଳେ, ଏବେ ହାତୀପଲ ଲୋକଙ୍କ ଚିନ୍ତା ବଢ଼ାଇଛି । ଗତକାଲି ଗାଁ ଲୋକେ ଜଙ୍ଗଲି ବାରାହା ପଲଙ୍କ ଦାଉରୁ ପାଚିଲା ଧାନକ୍ଷେତକୁ ରକ୍ଷା କରିବା ପାଇଁ ବାରହାଙ୍କୁ ଘଉଡାଇବାକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ ୧୨ ଟିକିଆ ହାତୀପଲ ଜମି ଆଡକୁ ମାଡି ଆସିଥିଲେ । ଯାହାକୁ ଦେଇ ଲୋକେ ଭୟଭୀତ ହୋଇ ଘରକୁ ପଳାଇ ଆସିଥିଲେ । ହାତୀପଲ ଧାନ ଜମିରେ ପଶି ଏକର ଏକର ଅମଳ ହେବାକୁ ଥିବା ଧାନଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ହାତୀ ପଲ ଉପଦ୍ରବରେ ନଷ୍ଟ ହୋଇଛି ଫସଲ । ଆଉ କିଛି ଦିନ ପରେ ଚାଷ ଜମିରୁ ଫସଲ ଅମଳ କରିଥାନ୍ତେ ଚାଷୀ । ଏଭଳି ସ୍ଥିତିରେ ହାତୀପଲ ଧାନ ଫସଲ ନଷ୍ଟ କରିଥିବାରୁ ଋଣ କିପରି ସୁଝିବେ, ତାକୁ ନେଇ ଚିନ୍ତା ପଡିଛନ୍ତି ଚାଷୀ । ଅନ୍ୟପଟେ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି ବନ ବିଭାଗ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!