Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁକ କାରବାର ପାଇଁ ଗ୍ରାହକ ଖୋଜୁଥିବା ବେଳେ ପୋଲିସ ହାତରେ ଧରା ପଡିଲେ ଦୁଇ ଅପରାଧୀ

by ସଞ୍ଜୟ ସ୍ୱାଇଁ
October 15, 2021
in Crime, State
ବନ୍ଧୁକ କାରବାର ପାଇଁ ଗ୍ରାହକ ଖୋଜୁଥିବା ବେଳେ ପୋଲିସ ହାତରେ ଧରା ପଡିଲେ ଦୁଇ ଅପରାଧୀ
163
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବନ୍ଧୁକ କାରବାର ପାଇଁ ଗ୍ରାହକ ଖୋଜୁଥିବା ବେଳେ ପୋଲିସ ହାତରେ ଧରା ପଡିଲେ ଦୁଇ ଜଣ ଅପରାଧୀ । ମାଲଗୋଦାମ ଥାନା ଅଞ୍ଚଳରୁ ଏହି ଦୁଇ ବନ୍ଧୁକ ବେପାରୀ ଜୋବ୍ରା ପାରେଶ୍ବରର ମୁନା ରାଓ ଏବଂ ବବଲୁ ଓରଫ ସୌଭାଗ୍ୟ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲଗୋଦାମ ଥାନା ପୋଲିସ । ଏମାନଙ୍କୁ କାବୁ କରି ତଲାସୀ ନେବା ପରେ ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ମାଗାଜିନ୍ ଜବତ କରିଛି । ପୂଜା ସମୟରେ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରିବା ପାଇଁ ବନ୍ଧୁକ, ଗୁଳି ଖୋଜିଥାନ୍ତି ଅପରାଧୀ । ଏଭଳି ସ୍ଥିତିରେ ସେହି ଅପରାଧୀଙ୍କୁ ହତିଆର ଯୋଗାଇବା ପାଇଁ ଏମାନେ ପ୍ରସ୍ତୁତ ରହିଥିଲେ। ତେବେ ଏମାନଙ୍କ ବାବଦରେ ମାଲଗୋଦାମ ଥାନା ଅଧିକାରୀଙ୍କୁ ଖବର ମିଳିବା ପରେ ଥାନା ଅଧିକାରୀ ତୃପ୍ତିରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ମାଲଗୋଦାମ ଥାନା ଅଞ୍ଚଳରେ ହିଁ ଚଢାଉ କରି ଏହି ଦୁଇ ଅପରାଧୀଙ୍କୁ ଗିରଫ କରିଥିଲା। ଏମାନଙ୍କ ନାଁରେ ପୂର୍ବରୁ ମଧ୍ୟ ବନ୍ଧୁକ କାରବାର ମାମଲା ରହିଛି । ତେବେ ଏମାନଙ୍କର ଅନ୍ୟ କେଉଁ ବନ୍ଧୁକ ବେପାରୀଙ୍କ ସହ ସଂପୃକ୍ତି ରହିଛି କି ନାହିଁ ତାର ଖୋଳତାଡ଼ କରାଯାଉଛି । ତେବେ ଚଳିତ ବର୍ଷ କଟକ କମିଶନରେଟ୍ ପୋଲିସକୁ ବନ୍ଧୁକ ଜବତ କ୍ଷେତ୍ରରେ ଢେର ସଫଳତା ମିଳିଛି । ଏବେ ସୁଦ୍ଧା ୫୩ ବନ୍ଧୁକ ସହ ୨୪୦ ଗୁଳି ଏବଂ ବନ୍ଧୁକ ରଖିବା ତଥା କାରବାରରେ ଲିପ୍ତ ମୋଟ୍ ୫୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଜେଲକୁ ପଠାଇ ଦିଆଯାଇଛି ବୋଲି କଟକ ଡ଼ିସିପି କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!