ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ବେଗୁନିଆରେ ଗୁଳିକାଣ୍ଡ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ନୂଆସାହିରେ ହୋଇଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି । କିନ୍ତୁ ଏହି ଗୁଳିକାଣ୍ଡ ପଛର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଗୁରୁତର ଆହତ ହୋଇଥିବା ଯୁବକ ଜଣକ ନୟାଗଡ଼ ଓଡ଼ଗାଁର ସନ୍ତୋଷ ଜେନା ବୋଲି ଜଣାପଡିଛି । ଅନ୍ୟପଟେ ଗୁଳିମାଡ଼ କରିଥିବା ପ୍ରସନ୍ନ ନାୟକ ଏବେ ଫେରାର ଥିବା ସୂଚନା ମିଳିଛି ।ତେବେ ପାରିବାରିକ ଗଣ୍ଡଗୋଳ ଏବଂ ଟଙ୍କା ଧାର ଦିଆନିଆ ଯୋଗୁଁ ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗୁଳିମାଡ଼ କରିଥିବା ବ୍ୟକ୍ତି ପ୍ରସନ୍ନ ନାୟକ ଜଣେ ପୂର୍ବତନ ସାମରିକ କର୍ମଚାରୀ । ସେ ଫେରାର ଅଛନ୍ତି । ପୋଲିସର ତଦନ୍ତ ଚାଲୁ ରହିଛି ।






