ରାଉରକେଲା, (ବାଘୁଆବାର୍ତ୍ତା): ଗଣ ଦୁଷ୍କର୍ମ ଘଟଣାରେ ୮ ଅଭିଯୁକ୍ତ ଗିରଫ । ୧୯ ବର୍ଷର ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସୁନ୍ଦରଗଡ଼ ହାତୀବାରି ପୋଲିସ ସମସ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ବର୍ତ୍ତମାନ ଯୁବତୀ ଜଣଙ୍କ ୫ ମାସର ଗର୍ଭବତୀ ଅଛନ୍ତି । ଗୋଟିଏ ବର୍ଷ ହେଲା ଯୁବତୀଙ୍କୁ ଦୁଷ୍କର୍ମ କରାଯାଉଥିବା ନେଇ ହାତୀବାରି ଥାନାରେ ଅଭିଯୋଗ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି । ଦୁଇ ଦିନ ତଳେ ଅର୍ଥାତ ଗତ ୧୩ ତାରିଖ ସନ୍ଧ୍ୟାରେ ହାତୀବାରି ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଥିଲା । ଗୁରୁବାର ୮ ଜଣଙ୍କୁ ସୁନ୍ଦରଗଡ଼ ହାତୀବାରି ପୋଲିସ ଗିରଫ କରିଥିଲା ।






