Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଣ୍ଡା, ଛତୁଆ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ବାଣ୍ଟି ନପାରି ଗାଳି ଖାଇ ଫେରିଲେ ଅଙ୍ଗନବାଡ଼ି ଦିଦି

by ସଞ୍ଜୟ ସ୍ୱାଇଁ
October 14, 2021
in State
ଅଣ୍ଡା, ଛତୁଆ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ବାଣ୍ଟି ନପାରି ଗାଳି ଖାଇ ଫେରିଲେ ଅଙ୍ଗନବାଡ଼ି ଦିଦି
256
VIEWS
Share on FacebookShare on Twitter

ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ଗାଁ ଓଡ଼ିଶାରେ ତଥାପି ବିରୋଧ। ଶେଷରେ ଅଣ୍ଡା, ଛତୁଆ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ବାଣ୍ଟି ନପାରି ଗାଳି ଖାଇ ଫେରିଲେ ଅଙ୍ଗନବାଡ଼ି ଦିଦି। ଚେତାବନୀ ଦେଲେ, ଆଉ କେବେ ଏ ଗାଁକୁ ଆସିବ ନାହିଁ। ଏପରି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ ବ୍ଲକ୍‌ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ଗୁଡ଼ିଖୁଡି ଗାଁରେ। ଆନ୍ଧ୍ରପ୍ରଦେଶର ସରପଞ୍ଚଙ୍କ ଚାପରେ ଓଡ଼ିଶାର ଏହି ଗାଁ ଲୋକେ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ଅଙ୍ଗନାବାଡି କର୍ମୀ କସ୍ତୁରୀ ରାଇତ ଗୁଡ଼ିଖୁଡି ଗାଁରେ ଶିଶୁ ଓ ଗର୍ଭବତୀ ଓ ପ୍ରସୂତି ମାଆମାନଙ୍କୁ ଛତୁଆ, ଅଣ୍ଡା ଏବଂ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ବଣ୍ଟିବାକୁ ଯାଇଥିଲେ। ସେ ପ୍ରଥମେ ସମସ୍ତଙ୍କୁ ଡାକିଥିଲେ। ମାତ୍ର କେତେକ ଲୋକ ଓଡ଼ିଶା ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସାମଗ୍ରୀକୁ ଗ୍ରହଣ କରିନଥିଲେ। ଆଉ କିଛି ଲୋକ ଅଙ୍ଗନବାଡ଼ି କର୍ମୀ କସ୍ତୁରୀ ରାଇତଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ଆଉ କେବେ ଏଠାକୁ ନଆସିବା ପାଇଁ ଚେତାବନୀ ଦେଇଥିଲେ। ଆନ୍ଧ୍ରପ୍ରଦେଶର ବୁଡ଼ାସିଂହ ପଞ୍ଚାୟତର ସରପଞ୍ଚଙ୍କ କହିବା ଅନୁସାରେ ସେମାନେ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଛି। ପରେ ଗାଁ ଲୋକେ ଆନ୍ଧ୍ର ସରପଞ୍ଚ ଓ ପୁଲିସକୁ ଖବର ଦେଇଥିଲେ। ଭୟଭୀତ ହୋଇ କସ୍ତୁରୀ ଫେରି ଆସିଥିଲେ। ଫେରୁଥିବା ବେଳେ ରାସ୍ତାରେ ଆନ୍ଧ୍ର ପୁଲିସକୁ କସ୍ତୁରୀ ଦେଖିଥିବା କହିଛନ୍ତି। ଆଜି କସ୍ତୁରୀ ଏନେଇ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗଙ୍ଗାବାଡ ପଞ୍ଚାୟତର ଗୁଡ଼ିଖୁଡି ଗାଁର ତିନି ପାର୍ଶ୍ୱରେ ଆନ୍ଧ୍ର ଘେରି ରହିଛି। ମଝିରେ ରହିଛି ଗୁଡ଼ିଖୁଡ଼ି। ଯେଉଁଥିପାଇଁ ଗୁଡ଼ିଖୁଡ଼ି ଗାଁରେ ଓଡ଼ିଶା ସରକାରଙ୍କ କୌଣସି ଅଧିକାରୀଙ୍କ ପାଦ ପଡ଼ୁନାହିଁ। ଏପରିକି ଓଡ଼ିଶା ସରକାରଙ୍କ କୌଣସି ଲୋକାଭିମୁଖୀ ଯୋଜନାର ପଦଚିହ୍ନ ଏହି ଗାଁରେ ଦେଖିବାକୁ ମିଳୁନାହିଁ। ଯେଉଁଥିପାଇଁ ଗାଁ ଲୋକେ ଆନ୍ଧ୍ର ଆଡ଼େ ମୁହାଁଇଛନ୍ତି। ଆଉ ଓଡ଼ିଶା ସରକାରଙ୍କ ଯୋଜନାକୁ ପ୍ରତ୍ୟାକ୍ଷାନ କରିଥିବା ଅଭିଯୋଗ ହେଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!