Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଃଖି ପରିବାରଙ୍କୁ ପ୍ରିୟଦର୍ଶିନୀ ସେବା ସଂସ୍ଥାର ସହାୟତା

by ସଞ୍ଜୟ ସ୍ୱାଇଁ
October 14, 2021
in State
ଦୁଃଖି ପରିବାରଙ୍କୁ ପ୍ରିୟଦର୍ଶିନୀ ସେବା ସଂସ୍ଥାର ସହାୟତା
30
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର କେସିପୁର ପଂଚାୟତ ପରାସିପାଳ ଗ୍ରାମର ଜଣେ ଅସହାୟ ପରିବାର ଙ୍କୁ ସହାୟତାର ହାତ ବଢ଼ାଇଛି ପ୍ରିୟଦର୍ଶନୀ ସେବାସଂସ୍ଥା।ଏହି ଗ୍ରାମର ପୋଖରୀ ହୁଡ଼ାରେ ବାସ କରୁଥିବା ଏହି ଦୁଃଖି ପରିବାରଙ୍କ ପରିବାର ଙ୍କୁ ପ୍ରିୟଦର୍ଶିନୀ ସେବା ସଂସ୍ଥା ଭେଟି ତାଙ୍କ ଦୁଖଃଦୁର୍ଦଶା ବୁଝିଛନ୍ତି।୮୫ ବର୍ଷ ର ବୃଦ୍ଧା ଜଣଙ୍କ କାନ୍ଦି କାନ୍ଦି ତା ର ଦୁଃଖ କହୁଥିଲା। ସ୍ବାଧୀନତାର ୭୦ଵର୍ଷ ପରେ ସରକାର ଙ୍କ ସମସ୍ତ ଯୋଜନା ଥାଇ ମଧ୍ୟ ଦୁଇ ଓଳି ପେଟପୁରା ଖାଇବା ପାଇଁ ପାଉ ନାହାଁନ୍ତି ଏହି ପରିବାର ର ପାଞ୍ଚ ଜଣ ସଦସ୍ୟ। ରୋଜଗାର କରିବା ପାଇଁ ଦେହରେ ବଳନାହିଁ କି ଏହି ପରିବାର କୁ ଦରଦ ଦେଖାଇ ବାକୁ କାହାର ବେଳ ନାହିଁ। ସ୍ବାର୍ଥପର ମଣିଷ ପାଖରେ ଆଉ ମଣିଷ ପଣିଆ ନାହିଁ। ସ୍ବାମି ଆରପାରିକୁ ଚାଲିଗଲା ପରେ ଜଇ ନାଥ(୮୫) ନିଜ ର ଏକମାତ୍ର ଝିଅ ଭାନୁମତୀ ନାଥ ଙ୍କୁ ବିବାହ କରିଦେଇଥିଲେ।ସେ କ’ଣ ଜାଣିଥିଲା ତାର ଜ୍ବାଇଁ ଜଣେ ମଦୁଆ ଓ ଲମ୍ପଟ ବୋଲି। ମାତ୍ର ଏକ ବର୍ଷ ଭାନୁମତୀ ରହିଥିଲା ସ୍ବାମୀ ଘରେ। ଇତିମଧ୍ୟରେ ଭାନୁମତୀ ଏକ ଝିଅର ମା ହୋଇସାରିଥିଲା।ଏହା ପରେ ଜଣେ ମଦ୍ୟପର ଅକଥନୀୟ ନିର୍ୟାତନା ସହି ନପାରି ଭାନୁମତୀ ଝିଅକୁ ଧରି ପଳାଇ ଆସିଥିଲା। କାମ ଧନ୍ଦା କରି ଚଳିଲେ ମା ଝିଅ। ଇତିମଧ୍ୟରେ ଭାନୁମତୀ ର ଝିଅ ସସ୍ମିତା ବଡ଼ ହୋଇଗଲା। ଏଣୁ ମାଗି ଯାଚି ଝିଅ ସସ୍ମିତା ର ବାହାଘର ସାରିଥିଲେ ମଧ୍ୟ ସସ୍ମିତା ଶାଶୁ ଘର କୁ ଗଲା ।ସିଏ ବି ପାଇଥିଲା ଗୋଟିଏ ମଦୁଆ ସ୍ବାମୀ । ସସ୍ମିତା ବହୁ କଷ୍ଟରେ ସ୍ବାମୀ ଘରେ ରହି ଥିଲା ମାତ୍ର ୩ଵର୍ଷ ୬ମାସ । ସସ୍ମିତା ର ୩ବର୍ଷର ଝିଅ ଓ ୨ ମାସର ପୁଅ ଟିଏ। ଏବେ ସସ୍ମିତାର ମଦୁଆ ସ୍ବାମୀ ଅନ୍ୟତ୍ର ବିବାହ କରି ରହିଲା।ହେଲେ ସସ୍ମିତା କୁ ଅକଥିନିୟ ନିର୍ୟ୍ୟାତନା ଦେବା ସହ ପିଲାମାନଙ୍କୁ ମଧ୍ୟ ମାରଧର କରିଥିଲା।ସସ୍ମିତା ନିଜର ଓ ପିଲାମାନଙ୍କର ଜୀବନ ଉପରେ ବିପଦ ଥିବା ଜାଣି ଲୁଚି ପଳାଇ ଆସିଥିଲା ମାଆ ଓ ଆଇ ପାଖକୁ। ସେଇଦିନଠାରୁ ଆଇ ,ନାତୁଣୀ ,ଭାନୁମତୀ ଓ ସସ୍ମିତା ର ପୁଅ ଝିଅ ସେହି ପୋଖରୀ ହୁଡ଼ାରେ ପଲିଥିନ ଛାତ ତଳେ ରହିଆସୁଛନ୍ତି। ଏବେ ଅଣ୍ଟା ଶଳଖି ଚାଲି ପାରୁ ନଥିବା ବେଳେ ଭାନୁମତୀ ତଥା ସସ୍ମିତା ଙ୍କ ଆଖି ରୁ ଲୁହ ଶୁଖୁନି।ଛୋଟ ଛୋଟ ଦୁଇ ପିଲାଙ୍କ ବୋଝ ଧରି ବହୁ କଷ୍ଟରେ ଜୀବନ ବିତାଉଥିବା ବେଳେ ଏହି ସମୟ ଭିତରେ ସହାୟତାର ହାତ ବଢାଇଛି ପ୍ରିୟଦର୍ଶନୀ ସେବାସଂସ୍ଥା। ପ୍ରଶ୍ନ ଉଠିଛି ଏଭଳି ଦୁର୍ଦଶା ପାଇଁ ଦାୟୀ କିଏ? ସରକାର ଙ୍କ ର ମାତ୍ର ୫୦୦ଟଙ୍କା ଭତ୍ତା ଓ ୫କେଜି ଚାଉଳର ଚଳିବା ପାଇଁ ଏହି ପରିବାର କେତେଦୂର ଯଥାର୍ଥ।ସରକାରୀ ବାବୁ ଓ ଲୋକ ପ୍ରତିନିଧି ଙ୍କ ଶୁଭ ଦୃଷ୍ଟି ପଡିଲେ ହୁଏତ ଆଜି ଏଭଳି ପରିବାର ଦୁର୍ଦ୍ଦଶାରୁ ମୁକୁଳି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!