Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରଗଡ଼ା ସେବା ସମବାୟ ସମିତି ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ, ମୃତ ଚାଷୀଙ୍କ ନାଁରେ ବି ଉଠିଛି ଋଣ

by ସଞ୍ଜୟ ସ୍ୱାଇଁ
October 14, 2021
in State
ବରଗଡ଼ା ସେବା ସମବାୟ ସମିତି ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ, ମୃତ ଚାଷୀଙ୍କ ନାଁରେ ବି ଉଠିଛି ଋଣ
63
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ବରଗଡ଼ା ସେବା ସମବାୟ ସମିତି ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଚାଷୀଙ୍କ ଅଗୋଚରରେ ସେମାନଙ୍କ ନାଁରେ କୋଟି କୋଟି ଟଙ୍କା ଋଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ମୃତ ଚାଷୀଙ୍କ ନାଁରେ ବି ଉଠିଛି ଋଣ। ଏନେଇ ଚାଷୀମାନେ ଧୁଷୁରି ଥାନାରେ ଅଭିଯୋଗ କରିଛନ୍ତି। ସୀତାରାମ ଦାସ ନାମକ ଜଣେ ଚାଷୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସାନ ଭାଇ ମରିବାର ପ୍ରାୟ ୩ ବର୍ଷ ହୋଇଗଲାଣି। କିନ୍ତୁ ଗତବର୍ଷ ଜାନୁଆରୀ ମାସରେ ତାଙ୍କ ନାଁ (ମୃତ ସାନ ଭାଇ ନାଁ)ରେ ୨ ଲକ୍ଷ ୪୦ ହଜାର ଟଙ୍କାର ଋଣ ଉଠିଛି। ସେହିପରି ସୁଲୋଚନା ସେଠୀ ନାମକ ଜଣେ ମହିଳା କହିଛନ୍ତି, ଆମେ କେବେ ଋଣ ପାଇଁ ଆବେଦନ ବି କରି ନାହୁଁ। କିନ୍ତୁ ମୋ ସ୍ୱାମୀଙ୍କ ନାଁରେ ୨ଲକ୍ଷ ୭ ହଜାର ଟଙ୍କାର ଲୋନ୍‌ ଥିବା କୁହାଯାଇଛି। ଆମେ ଗରିବ ଲୋକ। ଏବେ କ’ଣ କରିବୁ? କେବଳ ଏତିକି ନୁହେଁ, ଏହି ଅଞ୍ଚଳର ଚାଷୀଙ୍କୁ ସେମାନଙ୍କ ଧାନ ବିକା ଟଙ୍କା ବି ଦେଉନି ବରଗଡ଼ା ସମବାୟ ସମିତି। ଅଭିଯୋଗ ଅନୁଯାୟୀ, ୨୦୨୦-୨୧ ରେ ଏହି ସମିତିରେ ୩୭ ଜଣ ଚାଷୀଙ୍କୁ ଧାନ ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ ଟୋକନ ମିଳିଥିଲା। ଚାଷୀମାନେ ୯୭୮ କୁଇଣ୍ଟାଲ ଖରିଫ ଧାନ ସମବାୟ ସମିତିକୁ ଦେଇଥିଲେ । ହେଲେ ଆଜିକୁ ୬ ମାସ ବିତି ଯାଇଥିଲେ ମଧ୍ୟ ଚାଷୀମାନେ ସେମାନଙ୍କ ଧାନ ବିକା ଟଙ୍କା ପାଇ ନାହାନ୍ତି । ସେମାନଙ୍କ ଧାନ ଟଙ୍କା କୁଆଡେ ଗଲା ବୋଲି ସମ୍ପାଦକଙ୍କୁ ପଚାରିଲେ ମଧ୍ୟ ସେ କିଛି ଉତ୍ତର ଦେଉ ନାହାନ୍ତି। ଫଳରେ ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି। ସମ୍ପାଦକଙ୍କ ମନମୁଖୀ ତଥା ଜାଲିଆତି କାର୍ୟ୍ୟକୁ ବିରୋଧ କରି ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଚାଷୀମାନେ। ଏପରିକି ଚାଷୀ ମାନେ ଏହି ସେବା ସମବାୟ ସମିତିରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଭଦ୍ରକ ଜିଲ୍ଲାପାଳ ନିକଟରେ ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ କହିଛନ୍ତି, ଚାଷୀମାନେ ସମୟବାୟ ସମିତିରେ ଧାନ ଦେଇ ପ୍ରାପ୍ୟ ଟଙ୍କା ପାଇ ନଥିବା ପୂର୍ବରୁ ଅଭିଯୋଗ କରିଥିଲେ। ଏବେ ଚାଷୀମାନେ ସେମାନଙ୍କ ନାଁରେ ଫେକ୍ ଲୋନ୍ କରାଯାଇଛି ବୋଲି ପୁଣି ଅଭିଯୋଗ କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ। ଯଦି ଅଭିଯୋଗରେ ସତ୍ୟତା ଥାଏ, ତା’ହେଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!