Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାନ୍ଧୀଙ୍କ ପରାମର୍ଶରେ ସାବରକର କ୍ଷମା ଆବେଦନ କରିଥିଲେ: ରାଜନାଥ

by ସଞ୍ଜୟ ସ୍ୱାଇଁ
October 14, 2021
in Feature News
ଗାନ୍ଧୀଙ୍କ ପରାମର୍ଶରେ ସାବରକର କ୍ଷମା ଆବେଦନ କରିଥିଲେ: ରାଜନାଥ
77
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର କହିଛନ୍ତି ଯେ, ସ୍ବାଧୀନତା ଆନ୍ଦୋଳନ ସମୟରେ ହିନ୍ଦୁ ମହାସଭା ନେତା ବିନାୟକ ଦାମୋଦର ସାବରକର ମହାତ୍ମା ଗାନ୍ଧୀଙ୍କ ପରାମର୍ଶରେ ବ୍ରିଟିଶ ସରକାରଙ୍କୁ କ୍ଷମା ଆବେଦନ ପ୍ରଦାନ କରିଥିଲେ। କ୍ଷମା ନିବେଦନ ପ୍ରଦାନ କରି ସାବରକର ନିଜର ଗୌରବ ନଷ୍ଟ କରିଥିଲେ ବୋଲି ହେଉଥିବା ସମାଲୋଚନାକୁ ସିଂହ ଭୁଲ ବୋଲି କହିଥିଲେ। ସେ କହିଥିଲେ ଯେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସାବରକରଙ୍କ ନାମରେ ଅନେକ ମିଥ୍ୟା ରଟନା ଚାଲିଛି। ଉଦୟ ମହୁରକର ଓ ଚିରାୟୁ ପଣ୍ଡିତଙ୍କ ଦ୍ବାରା ସାବରକରଙ୍କ ଉପରେ ଲିଖିତ ପୁସ୍ତକ ‘ବୀର ସାବରକର: ଦ ମ୍ୟାନ୍ ହୁ କୁଡ୍ ହାଭ୍ ପ୍ରିଭେଣ୍ଟେଡ୍ ପାର୍ଟିସନ୍’ର ଉନ୍ମୋଚନ ଅବସରରେ ରାଜନାଥ କହିଲେ ଯେ, ବାରମ୍ବାର କୁହାଯାଉଛି ଯେ ଜେଲରୁ ମୁକ୍ତି ନିମନ୍ତେ ସାବରକର ବ୍ରିଟିଶ ସରକାରଙ୍କୁ ଦୟା ଯାଚିକା ପ୍ରଦାନ କରିଥିଲେ। କିନ୍ତୁ ସତ୍ୟ ହେଉଛି ସେ ନିଜ ଇଚ୍ଛାରେ ଏହି ଆବେଦନ ପ୍ରଦାନ କରି ନ ଥିଲେ। ମହାତ୍ମା ଗାନ୍ଧୀଙ୍କ କଥା ମାନି ସେ ଏହା କରିଥିଲେ। ରାଜନାଥ କହିଲେ ଯେ, ସାବରକର ହେଉଛନ୍ତି ଜାତୀୟ ପ୍ରତୀକ। ସେ ଦେଶକୁ ଏକ ‘ବଳିଷ୍ଠ ପ୍ରତିରକ୍ଷା ଓ କୂଟନୈତିକ ଆଦର୍ଶ’ ଦେଇଯାଇଛନ୍ତି। ଅନ୍ୟପକ୍ଷରେ ସାବରକରଙ୍କ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆର୍‌ଏସ୍‌ଏସ୍‌କୁ ନକ୍ସଲପନ୍ଥୀଙ୍କ ସହ ତୁଳନା କରିଛନ୍ତି। ପୂରା ଦେଶରେ ଆର୍‌ଏସ୍‌ଏସ୍‌ ନିଜର ସାଂପ୍ରଦାୟିକ ଏଜେଣ୍ଡା କାର୍ଯ୍ୟକାରୀ କରୁଛି ଏବଂ ଲୋକଙ୍କ ମଧ୍ୟରେ ଧର୍ମ ଆଧାରରେ ବିଦ୍ବେଷ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ଏହି ସଂଗଠନ ନକ୍ସଲବାଦ ଓ ମାଓବାଦ ଭଳି କାମ କରୁଛି ବୋଲି ବାଘେଲ କହିଛନ୍ତି। ତେବେ ବାଘେଲ କେବଳ ହୀନମନ୍ୟତାର ଶିକାର ହୋଇ ଏଭଳି କହୁଛନ୍ତି ଏବଂ ଆର୍‌ଏସ୍‌ଏସ୍‌କୁ ବୁଝିବା ପାଇଁ ତାଙ୍କୁ ଅନେକ ଜନ୍ମ ଲାଗିଯିବ ବୋଲି ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା କହିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!