Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନୀଷ ମୃତ୍ୟୁର ଗୁମର ଖୋଲୁଛି, କନ୍ଧମାଳରୁ ୨ ସାମ୍ବାଦିକ ସମେତ ୩ ଧରା ହେଲେ

by ସଞ୍ଜୟ ସ୍ୱାଇଁ
October 14, 2021
in State
ମନୀଷ ମୃତ୍ୟୁର ଗୁମର ଖୋଲୁଛି, କନ୍ଧମାଳରୁ ୨ ସାମ୍ବାଦିକ ସମେତ ୩ ଧରା ହେଲେ
190
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଓରଫ୍‌ ଗୁଡୁ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ  ତଥ୍ୟ ପଦାକୁ ଆସିବାରେ ଲାଗିଛି। ମନୀଷଙ୍କ ସହିତ ଏକାଠି ହୋଟେଲରେ ଖିଆପିଆ କରିଥିବା ୪ ଜଣ ଯୁବକ ଏବେ କମିସନରେଟ୍ ପୁଲିସ କବ୍‌ଜାରେ ରହିଥିବା ବେଳେ ମନୀଷଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଛି। ହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ମନୀଷ ପରିଚାଳନା କରୁଥିବା ଠିକାଦାର ସଂସ୍ଥାର ଟଙ୍କା ଦେଣନେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। କନ୍ଧମାଳରୁ ତିନି ଜଣଙ୍କୁ ଧରି ତଦନ୍ତକାରୀ ଟିମ୍ ଆଜି ଭୁବନେଶ୍ବର ଫେରିଛି। ଏମାନଙ୍କୁ ମିଶାଇ ପୁଲିସ କବ୍‌ଜାରେ ଥିବା ମୋଟ ୪ ଜଣ ଯୁବକଙ୍କ ସହ ଅନ୍ୟ ଜଣେ ଯୁବତୀଙ୍କ ସଂପୃକ୍ତି ନେଇ ମଧ୍ୟ ପ୍ରମାଣ ମିଳିଛି।  ମନୀଷଙ୍କ ସାଙ୍ଗରେ ଥିବା ୫ ଜଣଙ୍କ ମଧ୍ୟରୁ ଫୁଲବାଣୀ ଟାଉନ୍‌ଥାନା ଅଧୀନ କେନ୍ଦୁପଦର ଅଞ୍ଚଳର ଏକ ଓ୍ୱେବ୍‌ ଚ୍ୟାନେଲ ସାମ୍ବାଦିକ ହିମାଂଶୁ ଶେଖର ବେହେରାକୁ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ଇନ୍‌ଫୋସିଟି ଥାନାର ଏକ ତଦନ୍ତକାରୀ ଦଳ ଘରେ ଶୋଇଥିବା ବେଳେ ଉଠାଇ ଆଣିଥିଲା। ଏହାପରେ ବୁଧବାର ନାଟକୀୟ ଢଙ୍ଗରେ ଆଉ ଦୁଇ ଜଣ ଯୁବକ ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କରିଥିଲେ। ସେମାନେ ହେଲେ ଫୁଲବାଣୀ ସହରର ଆଉ ଜଣେ ୱେବ୍‌ପୋର୍ଟାଲ୍‌ ସାମ୍ବାଦିକ ତଥା ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର କ୍ୟାମେରାମ୍ୟାନ୍‌ ଦୀନେଶ କୁମାର ମହାପାତ୍ର ଓରଫ ଲିଟୁ ଏବଂ ଠିକାଦାର ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନା। ଦୀନେଶଙ୍କ ଘର ଫୁଲବାଣୀ ଟାଉନ୍‌ଥାନା ଅନ୍ତର୍ଗତ ଅମଲାପଡ଼ାରେ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ତଥା ଠିକାଦାର ମୃତ୍ୟୁଞ୍ଜୟଙ୍କ ଘର ଫୁଲବାଣୀର ପିଅନପଡ଼ାରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଘଟଣା ଦିନ ମନୀଷଙ୍କୁ ପଟିଆରୁ କାର୍‌ରେ ହୋଟେଲ ସାଉଥ୍‌ ସିଟିକୁ ନେଇ ଯାଇଥିବା ନୂଆପଲ୍ଲୀ ଅଞ୍ଚଳର ଅମ୍ରିତ ପ୍ରୀତମ ବିଶ୍ବାଳକୁ ପୁଲିସ ମାରାଥନ୍ ଜେରା କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!