Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ହାଇକୋର୍ଟରେ ଆଉ ୩ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି

by ସଞ୍ଜୟ ସ୍ୱାଇଁ
October 13, 2021
in State
ଓଡ଼ିଶା ହାଇକୋର୍ଟରେ ଆଉ ୩ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି
55
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ ଆଧାରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ହାଇକୋର୍ଟରେ ଆଉ ୩ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ୩ଜଣ ନୂଆ ବିଚାରପତି ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୧୭ଜଣ ବିଚାରପତି ହେବେ। ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଡଭୋକେଟ୍ ମୃଙ୍ଗାଙ୍କ ଶେଖର ସାହୁ, ଜୁଡିସିଆଲ ଅଫିସର ରାଧାକାନ୍ତ ପଟ୍ଟନାୟକ ଓ ଶଶୀକାନ୍ତ ମିଶ୍ରଙ୍କୁ ସେମାନଙ୍କର ବରିଷ୍ଠତା ଭିତ୍ତିରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ସୁପ୍ରିମକୋର୍ଟ କଲେଜିୟମ ଗତ ସେପ୍ଟେମ୍ବର ୨୯ତାରିଖରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ପାଇଁ ଏହି ବ୍ୟକ୍ତିମାନଙ୍କ ନାମ ସୁପାରିଶ କରିଥିଲେ । ବରିଷ୍ଠ ଓକିଲ ମୃଗାଙ୍କ ଶେଖର ସାହୁ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ୟ୍ୟ କରୁଥିବାବେଳେ ଶଶୀକାନ୍ତ ମିଶ୍ର ଏବେ ଗଞ୍ଜାମ ଜିଲ୍ଲା ଜଜ୍ ଭାବେ କାର୍ୟ୍ୟ କରୁଛନ୍ତି । ରାଧାକାନ୍ତ ପଟ୍ଟନାୟକ ଏବେ ଓଡ଼ିଶା ସରକାରଙ୍କ ଆଇନ ସଚିବ ଭାବେ କାର୍ୟ୍ୟରତ ଅଛନ୍ତି। ଯେଉଁଦିନ ସେମାନେ ଦାୟିତ୍ୱ ଗ୍ରହଣ କରିବେ ସେହିଦିନଠୁ ସେମାନଙ୍କର ବରିଷ୍ଠତା ସେହିଦିନଠୁ ହିସାବକୁ ନିଆଯିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତ ସପ୍ତାହରେ ଜଷ୍ଟିସ ଯଶବନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଂଚି ଥିଲା। ଏବେ ଏହି ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!