Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ବାଲେଶ୍ୱର ଆଖଡ଼ା ଖେଳ

by ସଞ୍ଜୟ ସ୍ୱାଇଁ
October 13, 2021
in State
ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ବାଲେଶ୍ୱର ଆଖଡ଼ା ଖେଳ
78
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ଆଖଡ଼ା ଖେଳ। ବାଲେଶ୍ୱରରେ ଆଖଡ଼ା ଦଳମାନେ ମହାବୀର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଶସ୍ତ୍ର ପୂଜା ସହ ହନୁମାନଙ୍କୁ ସଲାମୀ ପ୍ରଦାନ କରିଛନ୍ତି। ଏବର୍ଷ ବାଲେଶ୍ୱର ଆଖଡ଼ା ସଂଘ ପକ୍ଷରୁ ଏହି ପର୍ବ ପାଳିତ ହୋଇଥିଲା। ସହର ତଥା ଆଖପାଖ ଅଞ୍ଚଳର୨୫ଟି ଦଳ ସଲାମୀ ଦେବା ସହ ବିଧିରକ୍ଷା ପୂର୍ବକ ଆଖଡ଼ା ଖେଳ ପ୍ରଦର୍ଶନ କରିଥିଲେ। ବିଶେଷକରି ଖେଳାଳିମାନେ ବନାଟି, ରୋକମାର, ଛେଡ଼ିବାଡ଼ି, ଫରିବାଡ଼ି ଓ ଖଣ୍ଡା ଖେଳ ପ୍ରଭୃତି ପ୍ରଦର୍ଶନ କରିଥିଲେ। ଶିଶୁ, ବୟସ୍କମାନଙ୍କ ସମେତ କିଶୋରୀମାନେ ମଧ୍ୟ ଏହି ଖେଳ ଦେଖାଇଥିଲେ। ମହାଷ୍ଟମୀ ତିଥିକୁ ବୀରାଷ୍ଟମୀଭାବେ ପାଳନ କରିଥାନ୍ତି। ପ୍ରତିବର୍ଷ ବୀରାଷ୍ଟମୀ ଦିନ ଆଖଡ଼ା ଦଳଗୁଡ଼ିକ ସହରର ବିଭିନ୍ନ ସ୍ଥାନରୁ ସକାଳୁ ବାହାରି ମହାବୀର ମଠରେ ପହଞ୍ଚି ସଲାମୀ ଗ୍ରହଣ କରିବା ପରେ ଖେଳ ପ୍ରଦର୍ଶନ କରିଥାନ୍ତି। ଚଳିତବର୍ଷ କରୋନା କଟକଣା ପାଇଁ ଆଖଡ଼ା ଖେଳ ପାଇଁ ଅନୁମତି ଦିଆଯାଇନାହିଁ। ତେବେ କେବଳ ପରମ୍ପରା ରକ୍ଷା ପାଇଁ ଏହି କାର୍ୟ୍ୟକ୍ରମ କରାଯାଇଛି। ବିଜୟର ପ୍ରତୀକଭାବେ ବିଜୟା ଦଶମୀ ସନ୍ଧ୍ୟାରେ ସହରର କେନ୍ଦ୍ରସ୍ଥଳ ସିନେମା ଛକରେ ବିଭିନ୍ନ ଅଞ୍ଚଳର ଆଖଡ଼ା ଦଳ ସେମାନଙ୍କ ଖେଳ ପ୍ରଦର୍ଶନ ପରମ୍ପରା ରହିଥିବାବେଳେ ଚଳିତବର୍ଷ ଏହାକୁ ବାତିଲ କରାଯାଇଥିବା ସଂଘର କର୍ମକର୍ତ୍ତା କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!