ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଦୁର୍ଗାପୂଜା ଅବସରରେ ବିଭିନ୍ନ ମିଠା ଦୋକାନ ବୁଲୁଛନ୍ତି ଫୁଡ୍ ସେଫଟି ଅଫିସର ମାନେ । ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରେସନ ତରଫରୁ ଆଜି ବ୍ରହ୍ମପୁର ସହରର ବିଭିନ୍ନ ମିଠା ଦୋକାନ ବୁଲି ଦେଖିଥିଲା ଟିମ୍ । ପୂରୁଣା ମିଠା ଓ କ୍ୱାଲିଟି କମ୍ ଥିବା ମିଠା ଗୁଡିକୁ ଏହି ଅଫିସର ମାନେ ତର୍ଜମା କରିବା ସହ ଖରାପ ମିଠା ବିକୁଥିବା ଦୋକାନୀଙ୍କୁ ତାଗିଦ କରିବା ସହ ନୋଟିସ ଜାରି କରିଛନ୍ତି। ଏହି ସମୟରେ ମିଠା କିଣିବା ପାଇଁ ଦୋକାନ ଗୁଡିକରେ ଗ୍ରାହକ ମାନଙ୍କ ଭିଡ ଜମୁଥିବା ବେଳେ। ମିଠା ଦୋକାନ ଗୁଡିକ ଉପରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ଟିମ୍ ।






