Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଜୀବନ ହାରିଲେ ୧୩ ବର୍ଷର ବାଳକ

by ସଞ୍ଜୟ ସ୍ୱାଇଁ
October 13, 2021
in State
ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଜୀବନ ହାରିଲେ ୧୩ ବର୍ଷର ବାଳକ
106
VIEWS
Share on FacebookShare on Twitter

ଜୟପୁର, (ବାଘୁଆବାର୍ତ୍ତା): ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କୋରାପୁଟ ସହରର ଗୌତମ ନଗରରୁ। ମୃତ ନାବାଳକଙ୍କ ନାଁ ବି. ମନୋହର। ତାଙ୍କୁ ୧୩ ବର୍ଷ ହୋଇଥିଲା। ସେ କୋରାପୁଟ ସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ବାପାଙ୍କ ନାଁ ଶ୍ରୀନିବାସ ରାଓ। କରୋନା ଯୋଗୁଁ ଏବେ ସ୍କୁଲ ବନ୍ଦ ଥିବାରୁ ଅନ୍‌ଲାଇନ୍‌ରେ କ୍ଲାସ୍ ହେଉଛି। ତେବେ ଅନ୍‌ଲାଇନ୍ କ୍ଲାସ୍ ବେଳେ ସେ ଅଧିକାଂଶ ସମୟରେ ମୋବାଇଲ୍‌ରେ ଗେମ୍ ଖେଳୁଥିଲେ। ପରିବାର ଲୋକେ ଏଥିରୁ ନିବୃତ୍ତ ରହିବାରୁ ତାଙ୍କୁ ବହୁଥର ବୁଝାଇଥିଲେ। ତେବେ ସେ ଶୁଣୁ ନଥିଲେ। ଗତକାଲି ଅନ୍‌ଲାଇନ୍‌ କ୍ଲାସ୍ ବେଳେ ବି ସେ ମୋବାଇଲ୍‌ରେ ଗେମ୍ ଖେଳିଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏହା ପରେ ମନୋହର ଖୁବ୍ ରାଗି ଯାଇଥିଲେ। ସେ ଏକ ରୁମ୍‌ରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ ଏବଂ ବେକରେ ଶାଢ଼ି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ପରିବାର ଲୋକେ ବହୁ କଷ୍ଟରେ କବାଟ ଖୋଲି ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କୋରାପୁଟ ଟାଉନ୍ ଥାନା ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାକୁ ନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି। ଅନ୍ୟପକ୍ଷରେ ପୁଲିସ୍ କିମ୍ବା ମନୋହରଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!