Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଇର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ଭଉଣୀ ମାନେ ପାଳନ୍ତି ଭାଇ ଜୀଉଁନ୍ତିଆ ଓଷା

by ସଞ୍ଜୟ ସ୍ୱାଇଁ
October 13, 2021
in State
ଭାଇର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ଭଉଣୀ ମାନେ ପାଳନ୍ତି ଭାଇ ଜୀଉଁନ୍ତିଆ ଓଷା
122
VIEWS
Share on FacebookShare on Twitter

ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): ଭାଇର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ଭଉଣୀ ମାନେ ପାଳନ କରିଥାନ୍ତି ଭାଇ ଜୀଉଁନ୍ତିଆ ଓଷା । ଦୁର୍ଗା ଦେବୀଙ୍କ ଅଷ୍ଟମୀ ପୁଜାପରେ ଦିନ ସାରା ନିର୍ଜଳା ଉପବାସ ରହି ଭଉଣୀ ମାନେ ସଂଧ୍ୟାରେ ଧୁପ ଦୀପ ନୈବେଦ୍ୟ ଚଢାଇ ପୁଜା କରିଥାନ୍ତି ଦେବୀ ଦୁର୍ଗାଙ୍କୁ । ସାତ ପ୍ରକାର ଫୁଲ ଫଳ ସହିତ ସାତୋଟି ଜୁଗାର ତିଆରି କରି ପୁଜା ସାମଗ୍ରୀ ନେଇ ଭାଇର ମଙ୍ଗଳ କାମନା କରିଥାନ୍ତି ଦେବୀ ଦୁର୍ଗାଙ୍କ ପାଖରେ । ପ୍ରତିଟି ଭାଇ ପାଇଁ ଶହେ ଆଠ ଦୁବ ଓ ଅକ୍ଷତ ଅରୁଆ ଚାଉଳକୁ ଏକାଠି କରି ଜୀଉଁନ୍ତିଆରେ ବାନ୍ଧି ସମର୍ପିତ କରିଥାନ୍ତି ଦେବୀଙ୍କ ପାଖରେ । ପରଦିନ ଭୋର ସକାଳେ ବନ୍ଧା ହୋଇଥିବା ଦୁବ ବିଡାକୁ ନେଇ ଭାଇ କୁ ବନ୍ଦାଇଥାନ୍ତି ଭାଇର ମଙ୍ଗଳ କାମନାକରି । ସୁବର୍ଣ୍ଣପୁରରେ ଦେବୀ କନକ ଦୁର୍ଗା ନିଜ ଦେବ ସ୍ୱରୂପ ଭାଇ ମହାବଳୀ ପାଇଁ ଏହି ଓଷା କରିବାର ପରମ୍ପରା ରହିଛି କାହିଁ କେତେ ଦିନରୁ । ସପ୍ତମୀ ତିଥିର ରାତ୍ର ପ୍ରହରରେ ରାଜ ପୁରୋହିତଙ୍କ ବାସଭବନରୁ ସମଲେଶ୍ୱରୀ ମନ୍ଦିରକୁ ବିଜେ କରିଥାନ୍ତି ଦେବୀ କନକ ଦୁର୍ଗା । ପରମ୍ପରା କ୍ରମେ ଦେବୀ ଦୁର୍ଗା, ଭୁବନେଶ୍ୱରୀ ଓ ମହାକାଳୀଙ୍କ ସହିତ ପୁଜା ପାଇଥାନ୍ତି ସମଲେଶ୍ୱରୀ ମନ୍ଦିରରେ । ପରେ ସପ୍ତମୀ ଦିନ ନିଶା ରାତ୍ରୀରେ ଏକ ଆଡମ୍ବର ପୁର୍ଣ୍ଣ ଶୋଭାଯାତ୍ରାରେ ରୂପା ବିମାନରେ ଭାଇ ଜୀଉଁନ୍ତିଆ ପାଇଁ ବିଜେ କରିଥାନ୍ତି ଖମ୍ବେଶ୍ୱରୀ ମନ୍ଦିରକୁ । ପରେ ଅଷ୍ଟମି ରାତିରେ ଭାଇ ଜୀଉଁନ୍ତିଆ ଓଷା ପାଳନ କରାଯାଇଥାଏ ଖମ୍ବେଶ୍ୱରୀ ମନ୍ଦିରରେ । କନକ ଦୁ୍‌ର୍ଗା ଭାଇ ଜୀଉଁନ୍ତିଆ ଓଷା ପାଳନ କରିବା ପରମ୍ପରା ଖୁବ ପ୍ରାଚୀନ । ତା ସହ ଭଉଣୀ ମାନେ ମା’ଙ୍କ ଆଶୀର୍ବାଦ ନେବା ସହିତ ପରିବାରର ମଙ୍ଗଳକାମନା କରିଥାନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!