Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘଞ୍ଚ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

by ସଞ୍ଜୟ ସ୍ୱାଇଁ
October 12, 2021
in Crime, State
ଘଞ୍ଚ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
89
VIEWS
Share on FacebookShare on Twitter

ମୋହନା, (ବାଘୁଆବାର୍ତ୍ତା): ଘଞ୍ଚ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହାସହ ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ୩ଜଣ ଫେରାର ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣଙ୍କ ବିହାର ରାଜ୍ୟର ରୋହତାସ ଜିଲ୍ଲା ବିକ୍ରମଗଞ୍ଜ ଥାନା ଧନୀଗାଁର ସୋନୁ ପାଶ୍‌ଓ୍ୱାନ ବୋଲି ଜଣାପଡିଛି । ଗଜପତି ଜିଲ୍ଲା ପତେଇଗୁଡ଼ା ଓ ଅନୁଗୁରୁ ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ଜବତ ହୋଇଛି ଗଞ୍ଜେଇ । ଖବର ଅନୁଯାୟୀ, ଚୋରାରେ ଗଞ୍ଜେଇ କାରବାର ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ଗଜପତି ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆର୍‌. ଉଦୟଗିରି ଥାନା ପୋଲିସ ପାଟ୍ରେଲିଂ କରୁଥକିଲେ । ତେବେ ବିହାର ରାଜ୍ୟକୁ ଚାଲାଣ କରିବା ଉଦ୍ଦେଶ୍ୟରେ ୨୪ଟି ଗଞ୍ଜେଇ ବସ୍ତା ରାସ୍ତା ପାର୍ଶ୍ଵରେ ରଖାଯାଇଥିଲା । ପୋଲିସ ଅଚାନକ ଭାବେ ଚଡାଉ କରି ଉକ୍ତ ଗଞ୍ଜେଇକୁ ଜବତ କରିବା ବେଳେ ସଂପୃକ୍ତ ତିନି ଜଣ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କିନ୍ତୁ ଜଣେ ମାଫିଆଙ୍କୁ କାବୁ କରିଥିଲା ପୋଲିସ । ଜବତ ଗଞ୍ଜେଇକୁ ଓଜନ କରିବାରୁ ୯ କ୍ବିଣ୍ଟାଲ ୭୮କେଜି ୯୦୦ ଗ୍ରାମ ରହିଛି । ଯାହାର ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଆଗକୁ ଏହି ଅପରେସନକୁ ଜୋରଦାର କରାଯିବ ବୋଲି ଗଜପତି ଏସପି ଜୟରାମ ଶତପଥୀ ପ୍ରେସମିଟରେ ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!