କୋରାପୁଟ, (ବାଘୁଆବାର୍ତ୍ତା): ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଚଢାଉ କଲା ସଦର ପୁଲିସ୍ । ଚଢାଉ ସମୟରେ ବିପୁଳ ପରିମାଣର ଗଞ୍ଜେଇ, କାର ଜବତ କରିବା ସହ ୩ଜଣଙ୍କୁ ଗିରଫ୍ କରିଥିବା ଜଣାପଡିଛି । ସୂଚନାନୁସାରେ, ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। କୋରାପୁଟ ଜିଲ୍ଲା ଲମତାପୁଟର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ ହୁଣ୍ଡାଇ କାର(ଏମପି ୬୬ସି ୩୯୯୭)ରେ ଧରି ମଧ୍ୟପ୍ରଦେଶ ଚାଲାଣ ହେଉଥବବାବେଳେ ସଦର ପୁଲିସ୍ ଏକ ଟିମ ପାତ୍ରପୁଟ ବ୍ରିଜ ନିକଟରେ ଚଢ଼ାଉ ପାଇଁ ଅପେକ୍ଷା କରିଥିଲା। କାରରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୁଲିସ୍ ପିଛା କରି ବାମୁଣି ଗାଁ ନିକଟରେ ଚଢ଼ାଉ କରିଥିଲା ଓ କାର ଯାଞ୍ଚ କରିଥିଲା। ଗିରଫ ଅଭିଯୁକ୍ତମାନେ ମଧ୍ୟପ୍ରଦେଶର ରାଜୀବ କୁସବାହା, ମହମ୍ମଦ ଅନିଶ, କୋରାପୁଟ ଜିଲ୍ଲ ମାଛକୁଣ୍ଡ ସୁଶାନ୍ତ ମାତମ ବୋଲି ଜଣାପଡ଼ିଛି। ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।






