Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଟିଏମରେ ଟଙ୍କା ଲୋଡ କରିବାକୁ ଯାଇଥିବା ଟଙ୍କା ସହ ଏକ ଗାଡିକୁ ଅପହରଣ କରି ପଳାଉଥିବା ଡକାୟତ ଗ୍ୟାଙ୍ଗକୁ ପୋଲିସ କାବୁ କରିଛି

by ସଞ୍ଜୟ ସ୍ୱାଇଁ
October 11, 2021
in Crime, State
ଏଟିଏମରେ ଟଙ୍କା ଲୋଡ କରିବାକୁ ଯାଇଥିବା ଟଙ୍କା ସହ ଏକ ଗାଡିକୁ ଅପହରଣ କରି ପଳାଉଥିବା ଡକାୟତ ଗ୍ୟାଙ୍ଗକୁ ପୋଲିସ କାବୁ କରିଛି
227
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଏଟିଏମରେ ଟଙ୍କା ଲୋଡ କରିବାକୁ ଯାଇଥିବା ଟଙ୍କା ସହ ଏକ ଗାଡିକୁ ଅପହରଣ କରି ଦେଢ଼ କୋଟି ଟଙ୍କା ନେଇ ପଳାଉଥିବା ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଢେଙ୍କାନାଳ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମ ନିକଟରେ ଏହି ଡକାୟତି ଗ୍ୟାଙ୍ଗ ସହ ପୋଲିସର ଛକା ପଞ୍ଝା ପରେ ଶେଷରେ ସଫଳ ହୋଇଛି ପୋଲିସ । ଡକାୟତମାନେ ପଳାଉଥିବା ଏକ ମାରୁତି ଡିଜାୟାର କାରକୁ ପୋଲିସ ଜବତ କରିଥିବା ବେଳେ କାରରୁ ୩ଟି ପିସ୍ତଲ ଜବତ କରିଛି । ଡକାୟତମାନେ ଲୁଟ କରି ନେଉଥିବା ଦେଢ଼ କୋଟି ଟଙ୍କା ଥିବା ଏକ ବାକ୍ସକୁ ମଧ୍ୟ ପୋଲିସ ଉଦ୍ଧାର କରିଛି । ଏହି କାରରେ ଥିବା ୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ପୋଲିସ କାବୁ କରିଛି । ଅନ୍ୟ ଜଣେ ଖସି ପଳାଇଯାଇଥିବା ଜଣାପଡିଛି । ଗିରଫ ତିନି ଜଣ ମଧ୍ୟରୁ ବୌଦ୍ଧ, ଆଠଗଡ଼ ଓ କଟକ ନିଆଳି ଅଂଚଳର ବୋଲି ଜଣାପଡିଛି । ବୌଦ୍ଧ ଅଂଚଳର ଅନ୍ୟ ଜଣେ ଖସି ପଳାଇଛି । ଏହି ଡକାୟତମାନେ ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମକୁ ଯାଉଥିବା ଏକ ଗାଡିକୁ ଆଠଗଡ଼ରୁ ପିସ୍ତଲ ମୁନରେ ଅପହରଣ କରି ଆଣି ସପ୍ତଶଯ୍ୟା ନିକଟରେ ଗାଡିକୁ ଛାଡି ଡକାୟାତମାନେ ବ୍ୟବହାର କରୁଥିବା ମରୁତି ଡିଜାୟାର କାରରେ ଏହି ଟଙ୍କା ବାକ୍ସ ନେଇ ଅନୁଗୁଳ ଆଡକୁ ପଳାଉଥିଲେ । ତେବେ ଆଠଗଡ଼ ପୋଲିସ ସୂଚନା ଦେବାରୁ ଢେଙ୍କାନାଳରେ ସଦର ପୁଲିସ ଥାନା ପାଖରେ ଜଗି ରହିଥିଲେ । ଫଳରେ ଡକାୟତ ମାନେ ସେଠାରୁ ଗାଡି ବୁଲାଇ ପଳାଉଥିବାବେଳେ ଟାଉନ ପୋଲିସ ଜଗି ଥିବାରୁ କାମାକ୍ଷାନଗର ରାସ୍ତା ଦେଇ ଗେଙ୍ଗୁଟିଆ ଭିତରେ ବାରଦା ଆଡକୁ ପଳାଇଥିଲେ । ପୋଲିସ ତାଙ୍କୁ ପିଛା କରି ତାଙ୍କୁ ବାରଦା ଗ୍ରାମ ନିକଟରେ କାରକୁ କବଜା କରିଥିଲା । ଫଳରେ କାରରେ ଥିବା ୪ଜଣ ଦୌଡ଼ି ପଳାଉଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ୩ ଜଣଙ୍କୁ କାବୁ କରିଥିବା ଜଣାପଡ଼ିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!