Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶହୀଦ ବୀର ବାଜି ରାଉତଙ୍କ ଶ୍ରାଦ୍ଧୋତ୍ସବ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍‌ବୋଧନ

by ସଞ୍ଜୟ ସ୍ୱାଇଁ
October 11, 2021
in State
ଶହୀଦ ବୀର ବାଜି ରାଉତଙ୍କ ଶ୍ରାଦ୍ଧୋତ୍ସବ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍‌ବୋଧନ
43
VIEWS
Share on FacebookShare on Twitter

ଭୁବନେଶ୍ୱର/ଢ଼େଙ୍କାନାଳ, (ବାଘୁଆବାର୍ତ୍ତା): ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ‘ଶହୀଦ ବୀର ବାଜି ରାଉତ’ଓଡ଼ିଆ ଜାତିର ବୀରତ୍ୱ, ଶୋର୍ୟ୍ୟ ଏବଂ ସାହସ ତଥା ଅସ୍ମିତାର ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ଢ଼େଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଠାରେ ‘ବାଜି ରାଉତ ସ୍ମୃତି ପରିଷଦ, ପକ୍ଷରୁ ଆୟୋଜିତ ଶ୍ରାଦ୍ଧୋତ୍ସବ କାର୍ୟ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଢ଼େଙ୍କାନାଳ ମାଟିର ବୀର ସନ୍ତାନ ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ବଳିଦାନ ଦିବସ ଅବସରରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଶ୍ରୀ ପ୍ରଧାନ ଏହି ସାହସୀ ସର୍ବକନିଷ୍ଠ ସଂଗ୍ରାମୀଙ୍କ ସମେତ ଅନ୍ୟ ସଂଗ୍ରାମୀ ଗଣ ହୁରୁଷି ପ୍ରଧାନ, ଲକ୍ଷ୍ମଣ ମଲ୍ଲିକ, ନବ ମଲ୍ଲିକ ଏବଂ ଫଗୁ ସାହୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ହେଉଛି ଆଧ୍ୟାତ୍ମିକ ଚେତନାର ପବିତ୍ର ଭୂଇଁ । ଏହି ପବିତ୍ର ମାଟି ହେଉଛି, ଅଦମ୍ୟ ସାହସ, ବୀରତ୍ୱ ଏବଂ ସାଲିସ୍ ବିହୀନ ସଂଘର୍ଷର ମାଟି । ମହୋଦଧି କୂଳରେ ଓଡ଼ିଶା ମାଟିର ଅଧିବାସୀମାନେ ହେଲେ କପଟଶୂନ୍ୟ, ସରଳ ଓ ପରିଶ୍ରମୀ । ବୀର ଓଡ଼ିଆଙ୍କ ଧମନୀରେ ଶୋର୍ୟ୍ୟ ଦଉଡ଼େ । ସେହି ଓଡ଼ିଆ ଜାତିର ଅଦମ୍ୟ ସାହସର ଜଣେ ମୂର୍ତିମନ୍ତ ପ୍ରତୀକ ହେଉଛନ୍ତି ବାଜି ରାଉତ । ସେ ଭାରତବର୍ଷର ମୁକ୍ତି ସଂଗ୍ରାମର ସର୍ବକନିଷ୍ଠ ସୈନିକ । ବାଜି ରାଉତ ଥିଲେ ଅଳ୍ପ ବୟସର, ଅଥଚ ମନରେ ଥିଲା ବ୍ୟାପକ ସାହସ । ୧୧ ଅକ୍ଟୋବର ୧୯୩୮ର ଉଜ୍ଜ୍ୱଳ ସୂର୍ୟ୍ୟାଲୋକ ମଧ୍ୟ ସ୍ତୀମିତ ଦେଖାଯାଇଥିଲା । କାରଣ ସେହିଦିନ କିଶୋର ବାଜି ରାଉତ ବୀରତ୍ୱର ସହ ସାମ୍ନା କରିଥିଲେ ବ୍ରିଟିଶ ପୋଲିସକୁ । ବ୍ରିଟିଶ ପୋଲିସର ଆଦେଶକୁ ଅମାନ୍ୟ କରି ଗୁଳି ଖାଇ ଶହୀଦ ହୋଇଥିଲେ ବୀର ବାଜି ରାଉତ । ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଘାଟର ବ୍ରାହ୍ମଣୀ ନଦୀର ନିର୍ମଳ ପାଣି ବାଜି ରାଉତଙ୍କ ରକ୍ତରେ ଲାଲ୍ ହୋଇ ପବିତ୍ର ହୋଇଯାଇଥିଲା । କବି ସଚ୍ଚି ରାଉତରାୟଙ୍କ କବିତା ହେଉଛି ବାଜି ରାଉତଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଏହି କବିତା ହେଉଛି“ନୁହେଁ ବଂଧୁ, ନୁହେଁ ଏହା ଚିତା, ଏ ଦେଶ ତିମିର ତଳେ, ଏ ଅଲିଭା ମୁକତି ସଳିତା” । ଭାରତୀୟ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସୈନିକ ବାଜି ରାଉତଙ୍କ ସାହସ, ବୀରତ୍ୱ ଏବଂ ବଳିଦାନ ଆମ ସମସ୍ତଙ୍କ ଦେଶପ୍ରୀତି ପାଇଁ ପ୍ରେରଣାର ଅନନ୍ତ ଉତ୍ସ ଏବଂ ଅଲିଭା ଦୀପ । ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ଆଗାମୀ ଦିନରେ ଯୁବପିଢିମାନେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଏହି ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ତଥା ବଳିଦାନ ଓ ପ୍ରଜାମଣ୍ଡଳ ଆନ୍ଦୋଳନରୁ ସର୍ବଦା ଅନୁପ୍ରାଣିତ ହେବେ । ବାଜି ରାଉତ ସ୍ମୃତି ପରିଷଦ, ଓଡ଼ିଶା ଏହିଭଳି ଜଣେ ଅନନ୍ୟ ବୀରପୁତ୍ରଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ୧୨ ବର୍ଷୀୟ ନାବଳକର ତ୍ୟାଗ ଓ ଅଦମ୍ୟ ସାହସର ସ୍ମୃତିଚାରଣ କରିବା ଆମ ପାଇଁ ଗୌରବର ବିଷୟ । ଏହି ପରିଷଦ ଭଳି ଅନେକ ପରିଷଦ ଏହିଭଳି ଓଡ଼ିଶା ମାଟିର ସାହସୀ ସଂଗ୍ରାମୀମାନଙ୍କ ବୀରତ୍ୱ ଗାଥାକୁ ବିଶ୍ୱ ଦରବାରରେ ପହଁଚାଇବା ପାଇଁ ଆଗାମୀ ଦିନରେ ମଧ୍ୟ ନେତୃତ୍ୱ ନେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!