କଳାହାଣ୍ଡି, (ବାଘୁଆବାର୍ତ୍ତା): ଆସନ୍ତା ୧୩ତାରିଖ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୨, ୧୩, ୧୫ ତାରିଖରେ ଭବାନୀପାଟଣା ସହରରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । କେବେଳ ଜରୁରୀକାଳୀନ ସେବାକୁ ଅନୁମତି ଦେଇଛି ପ୍ରଶାସନ । ସେହିପରି ଛତର ଯାତ୍ରା ଓ ଲାଖମରା ଯାତ୍ରା ସମୟରେ ସହରରେ ୧୪୪ ଧାରା ଲାଗୁ ରହିବ। ଭବାନୀପାଟଣା ଉପଜିଲ୍ଲାପାଳ ବିଶ୍ବଜିତ ଦାଶ ଙ୍କ କାର୍ୟ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡ ସଂକ୍ରମଣ ଆଶଙ୍କାରେ ବିନା ଭକ୍ତରେ ପରମ୍ପରା ପାଳନ ପାଇଁ ପୁର୍ବରୁ ଘୋଷଣା ହୋଇଛି।






