Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଷାକ ବିତରଣ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ

by ସଞ୍ଜୟ ସ୍ୱାଇଁ
October 11, 2021
in Nayagarh, State
ପୋଷାକ ବିତରଣ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ
93
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ଆଜି ଓଡ଼ଗାଁ ବ୍ଲକ୍ ଶିକ୍ଷା କାର୍ୟ୍ୟାଳୟର କୁରାଳ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ଉ.ପ୍ରା.ବିଦ୍ୟାଳୟ, ଦଣ୍ଡୋର ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୋଷାକ,ଜୋତା,ମୋଜା ବିତରଣ ସହିତ ବିଦ୍ୟାଳୟ ପରିଚାଳନା କମିଟିର କାର୍ୟ୍ୟକର୍ତ୍ତା ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜନିତ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ଅତିରିକ୍ତ ଶିକ୍ଷାଧିକାରୀ ବନବିହାରୀ ପାତ୍ର ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଶିକ୍ଷାବିତ, ଗବେଷକ ତଥା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଅଧିବାସ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ କୋଭିଡ୍ କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କ ବଦଳରେ ସେମାନଙ୍କ ପିତାମାତାମାନଙ୍କୁ ପୋଷାକ, ଜୋତା ଓ ମୋଜା ବଣ୍ଟନ କରିଥିଲେ।ଉକ୍ତ କାର୍ୟ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବାକର ପଣ୍ଡା, ଉପସଭାପତି ଜଲି ପାଣିଗ୍ରାହୀଙ୍କ ସମେତ ସମସ୍ତ ସଭ୍ୟସଭ୍ୟାଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ପ୍ରଧାନଶିକ୍ଷୟିତ୍ରୀ ମିସେସ୍ ଲୋଟସ୍ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିବା ସହ ସରକାରୀ ନିର୍ଦ୍ଦେଶ ମୁତାବକ ନୂତନ କମିଟି ଗଠନ ସମ୍ପର୍କରେ ଅବଗତ କରାଇଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପବିତ୍ର ମୋହନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲାବେଳେ ଇକୋକ୍ଲବ୍ ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ଧନ୍ୟବାଦାର୍ପଣ କରିଥିଲେ।ଉକ୍ତ ଉତ୍ସବରେ ସୁନିତା ସେଠୀ, ଜାନକୀ ପଣ୍ଡା, ଝିଲିବାଳା ଦାସ, ଏନ୍.ରାଧାସ୍ୱାମୀ,ସୁଶାନ୍ତି ପଣ୍ଡା ଓ ଜିତେନ୍ କୁମାର ଡାକୁଆ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!