Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝିଆରୀ ଜ୍ୱାଇଁ ଆକ୍ରମଣରେ ମାଇଁଶାଶୁ ସହ ତିନି ଆହତ

by ସଞ୍ଜୟ ସ୍ୱାଇଁ
October 11, 2021
in Crime, State
ଝିଆରୀ ଜ୍ୱାଇଁ ଆକ୍ରମଣରେ ମାଇଁଶାଶୁ ସହ ତିନି ଆହତ
232
VIEWS
Share on FacebookShare on Twitter

ବାଙ୍କି, (ବାଘୁଆବାର୍ତ୍ତା): ଝିଆରୀ ଜ୍ବାଇଁର ଭୁଜାଲି ଆକ୍ରମଣରେ ମାଇଁ ଶାଶୁ ସହ ତିନି ଜଣ ଆହତ ହୋଇଛନ୍ତି । ଏହି ବଡ଼ ଅଘଟଣରୁ ଅଳ୍ପକେ ବର୍ତିଯାଇଛି ଜୀବନ । ଏନେଇ ଥାନାରେ ଏତଲା ଦିଆଯାଇଛି । ଆକ୍ରମଣ କରି ଜ୍ବାଇଁ ଏବେ ଥାନାରେ ଅଟକ । ତାଙ୍କଠାରୁ ବାଇକ ଓ ଭୁଜାଲି ଜବତ କରାଯାଇଛି । ବାଙ୍କୀଥାନା ଅନ୍ତର୍ଗତ ନୂଆ ଓସ୍ତିଆଗ୍ରାମରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ଗତକାଲି ଅପରାହ୍ନ ସମୟରେ କଦଳିବାଡି ଗ୍ରାମର ଝିଆରୀ ଜ୍ବାଇଁ ପପୁ ରାଉତ ପାରିବାରିକ କଳହକୁ ନେଇ ଅଚାନକ ହାତରେ ଭୁଜାଲି ଧରି ନିକଟସ୍ଥ ନୂଆ ଓସ୍ତିଆର ମାଇଁ ଶାଶୁ ଘରେ ପଂହଁଚି ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ପରେ ମାଇଁଶାଶୁଙ୍କୁ ଘରୁ ଟାଣିନେଇ ବେକକୁ ଧରି ଭୁଜାଲିରେ ହାଣିବାକୁ ଉଦ୍ୟମ କରିଥିବାବେଳେ ହାତ ଦେଖାଇଦେଇଥିଲେ ଉକ୍ତ ମହିଳା ଜଣଙ୍କ । ସେତିକି ବେଳେ ଗ୍ରାମର ସମ୍ପର୍କୀୟ ପୁତୁରାମାନେ ମୁକୁଳାଇବାକୁ ଯାଇ ଆହତ ହୋଇଥିଲେ। ମାତ୍ର ଅଗଟରୁ ଅଳ୍ପକେ ବଞ୍ଚିଯାଇଥିଲେ ମହିଳାଙ୍କ ଜୀବନ । ପରେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳକୁ ପୋଲିସ ଆସି ଅଭିଯୁକ୍ତଙ୍କୁ ନେଇ ଅଟକ ରଖିଛି । ଏହି ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି। ମାଇଁ ଶାଶୁର ହାତ ଦୁଇଟି କଟି ଯାଇଥିବାବେଳେ ନିକଟସ୍ଥ ମେଡିକାଲରେ ଚିକିତ୍ସା କରାଇବାରୁ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟପଟେ ତିନି ଆହତ ପୁତୁରା ମଧ୍ୟ ଚିକିତ୍ସା ପରେ ସୁସ୍ଥ ଅଛନ୍ତି । ହେଲେ ଆହତଙ୍କ ପରିବାର ଲୋକଙ୍କ ଅଭିଯୋଗ ଏବେବି ତାଙ୍କ ପରିବାର ସଦସ୍ୟଙ୍କୁ ଧମକ ଆସୁଛି ଆକ୍ରମଣକାରୀଙ୍କ ପକ୍ଷରୁ ।ପୋଲିସ ସଠିକ ତଦନ୍ତ କରି ଆହତଙ୍କ ପରିବାର ତଥା ମାଇଁ ଶାଶୁଙ୍କୁ ନ୍ୟାୟ ଦେବାକୁ ଦାବି ହେଉଛି। ମାଇଁ ଶାଶୁ ଜଣକ ଅଙ୍ଗନ ବାଡ଼ିର କର୍ମୀ । ସେ ଅଙ୍ଗନବାଡିରେ କାମ କରି ପେଟ ପୋଷନ୍ତି । ବିଚ ଗାଁ ଦାଣ୍ଡ ରାସ୍ତାରେ ଏଭଳି ଘଟଣା ଘଟିବାକୁ ନେଇ ସ୍ଥାନୀୟବାସୀ ନିନ୍ଦା ପ୍ରକାଶ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!