Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁକୁଡ଼ା ଫାର୍ମକୁ ନେଇ ଦେଖାଦେଇଥିବା ବିବାଦକୁ ନେଇ ରାତି ତମାମ ୫ ପୁଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

by ସଞ୍ଜୟ ସ୍ୱାଇଁ
October 11, 2021
in State
କୁକୁଡ଼ା ଫାର୍ମକୁ ନେଇ ଦେଖାଦେଇଥିବା ବିବାଦକୁ ନେଇ ରାତି ତମାମ ୫ ପୁଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
224
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଏକ କୁକୁଡ଼ା ଫାର୍ମକୁ ନେଇ ଦେଖାଦେଇଥିବା ବିବାଦ ଶେଷରେ ଉଗ୍ର ରୂପ ନେଲା। ପୁଲିସ୍‌ ସମସ୍ୟା ଶୁଣୁ ନ ଥିବା ଅଭିଯୋଗ ଆଣି ଗତକାଲି ରାତି ତମାମ ପାଞ୍ଚ ପୁଲିସ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ। ପାଟ୍ରୋଲିଂ କରୁଥିବା ପୁଲିସ୍‌ ଟିମ୍‌ ଗତକାଲି ରାତି ସାରା ଅଟକ ଥିବା ବେଳେ ଆଜି ସେମାନଙ୍କୁ ଛଡ଼ାଇବାକୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି। ଏପରି ଅସ୍ୱାଭାବିକ ଘଟଣା ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳରେ ଘଟିଛି। ସୂଚନାଅନୁଯାୟୀ, କୋକେଇଦା ଗାଁରେ ଏକ କୁକୁଡ଼ା ଫାର୍ମ ତିଆରିକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଫାର୍ମ କର୍ମଚାରୀଙ୍କୁ ଗାଁ ଭିତରକୁ ନ ଛାଡ଼ିବା ପାଇଁ ଗତକାଲି ରାତିରେ କିଛି ଗ୍ରାମବାସୀ ରାସ୍ତା ଖୋଳୁଥିଲେ। ତେବେ ପାଟ୍ରୋଲିଂ କରୁଥିବା ଗଦିଆଁ ଥାନା ଏଏସ୍‌ଆଇ ସମେତ ୫ ଜଣ ପୁଲିସ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାସ୍ତା କ’ଣ ପାଇଁ ଖୋଳୁଛ ବୋଲି ଗ୍ରାମବାସୀଙ୍କୁ ପଚରାଉଚରା କରିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ବଚସା ହେବାରୁ ଉତ୍ତ୍ୟକ୍ତ ଲୋକ ଗାଡ଼ି ସହ ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗାଁ ଭିତରେ କୁକୁଡ଼ା ଫାର୍ମକୁ ବିରୋଧ କରି ବାରମ୍ଵାର ଗ୍ରାମବାସୀ ପୁଲିସ ଓ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ତେବେ ସେମାନଙ୍କ ଅଭିଯୋଗ କେହି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଜି ସକାଳେ ଏସଡିପିଓ ନେତୃତ୍ୱରେ ଗଁଦିଆ ଥାନା ଆଇଆଇସି ଓ ପୁଲିସ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ବୁଝାସୁଝା କରୁଥିବା ଜଣାଯାଇଛି। ତେବେ ଶେଷ ଖବର ଅନୁଯାୟୀ, ଗ୍ରାମବାସୀ ଅଟକ ପୁଲିସ୍‌ କର୍ମଚାରୀଙ୍କୁ ଛାଡ଼ି ନ ଥିବା ଜଣାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!