Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନିଷଙ୍କ ମୃତ୍ୟୁ ରହସ୍ୟ ଅପହରଣ ନା ଆଉ କିଛି ?

by ସଞ୍ଜୟ ସ୍ୱାଇଁ
October 11, 2021
in Crime, State
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନିଷଙ୍କ ମୃତ୍ୟୁ ରହସ୍ୟ ଅପହରଣ ନା ଆଉ କିଛି ?
121
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶନିବାର ସନ୍ଧ୍ୟାରୁ ଇନ୍‌ଫୋସିଟି ଛକରୁ ଅପହୃତ ହୋଇଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନିଷଙ୍କ ମୃତଦେହ ରବିବାର ଅପରାହ୍ଣରେ ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ନମ୍ରକାନୀ ପୋଖରୀରୁ ଉଦ୍ଧାର ହୋଇଛି । ସେ ଚନ୍ଦ୍ରଶେଖରପୁର ଥାନା ଅଧିନ ଶ୍ରୀବିହାରରେ ରହୁଥିଲେ । ମନିଷଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତମାଣ୍ଡୋ ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ମନିଷଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମନିଷଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି । ପୁଲିସ ସୂଚନା ଅନୁଯାୟୀ, ମନିଷ ଗତକାଲି ସନ୍ଧ୍ୟା ୬ଟାବେଳେ ତାଙ୍କ କାର୍‌(ଓଡି୦୨ବିଡି-୧୦୩୩)ରେ ଘରୁ ବାହାରିଥିଲେ । ଇନ୍‌ଫୋସିଟି ଛକରେ ଜଣେ ସାଙ୍ଗଙ୍କ ଆଇସକ୍ରିମ୍‌ ପାର୍ଲର ସମ୍ମୁଖରେ କାର୍‌ ରଖିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମନିଷ ୨ଜଣ ଯୁବକଙ୍କ ସହ ଅନ୍ୟ ଏକ କାର୍‌ରେ ସେଠାରୁ କେଉଁ ଆଡ଼େ ଯାଇଥିଲେ । ମନିଷଙ୍କ ବାପା ଶ୍ରୀ ଦାସ ଗତକାଲି ମଧ୍ୟାହ୍ନ ୧୨ଟାରେ ଇନ୍‌ଫୋସିଟି ଥାନାରେ ଅପହରଣ ଅଭିଯୋଗ କରିଥିଲେ । ମନିଷ ଘରୁ ଯିବାପରେ ରାତି ୧୧ଟାରେ ତାଙ୍କ ମା’ଙ୍କୁ ଫୋନ୍‌ କରି କହିଥିଲେ କି, ତାଙ୍କୁ ୨ ଜଣ ପିଲା ମାର୍‌ପିଟ୍‌ କରି ତାଙ୍କ ଠାରୁ ସବୁ ଟଙ୍କା ଛଡ଼ାଇ ନେଇଛନ୍ତି । ‘ଫୋନ୍‌ ପେ’ରେ ୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ତେବେ ସନ୍ଧ୍ୟା ୭ଟାରୁ ଭୋର୍‌ ୪ଟା ଯାଏଁ ମନିଷଙ୍କ ସହ ଥିବା ୨ ବନ୍ଧୁଙ୍କୁ ଜେରା କରିବ ପୋଲିସ। ଇନ୍‌ଫୋସିଟି ଛକ ଆଇସକ୍ରିମ୍‌ ପାର୍ଲରରୁ ସେମାନେ ତାଙ୍କ କାରରେ ମନିଷଙ୍କୁ କୁଆଡ଼େ ନେଇଗଲେ? ଭୋର୍‌ ୪ଟା ବେଳେ ବାପା ନବୀନ ଦାସଙ୍କ ସହ ଫୋନ୍‌ରେ ଜଣେ ସାଙ୍ଗ କଥା ହୋଇ କହିଥିଲେ, ହଁ ଅଙ୍କଲ, ମନିଷ ଆମ ସାଙ୍ଗରେ ଅଛି । ତାକୁ ଆମେ ଘରେ ଛାଡି଼ ଦେବୁ । ଏଇ ୨ ସାଥୀଙ୍କ ପାଖରେ ଅଟକିଛି ତଦନ୍ତର ଖିଅ । ସେହି ୨ ଜଣ ହିଁ ଗତ ରାତିର କାହାଣୀ ବଖାଣିବେ । ମୃତ୍ୟୁ ପୂର୍ବରୁ ମନିଷଙ୍କ ସହ ପ୍ରକୃତରେ କ’ଣ ଘଟିଥିଲା? ସବୁ ରହସ୍ୟରୁ ପରଦା ହଟାଇବାକୁ ୨ ସାଙ୍ଗଙ୍କ ପିଛାରେ କମିଶନରେଟ୍‌ ପୁଲିସ । ସିସି କ୍ୟାମେରା ଯାଞ୍ଚ କରିବା ସହ ୨ ସାଙ୍ଗଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରି ଧରିବାକୁ ତନାଘନା ଚଳାଇଛି । ସନ୍ଧ୍ୟା ସାଢ଼େ ୭ଟା । ଇନ୍‌ଫୋସିଟି ଛକ ଗ୍ୟାଲେକ୍ସି ଗାର୍ଡେନ ପାଖ ଗୁଆଭିଆ ଆଇସ୍‌କ୍ରିମ୍‌ ପାର୍ଲର ସାମ୍ନାରେ ମନିଷଙ୍କ କାର (ଓଡି୦୨ବିଡି-୧୦୩୩) ଲାଗିଲା । କାର୍‌ରୁ ଓହ୍ଲାଇ ମନିଷ ଏକ ସେଲୁନ୍‌ରେ ପଶିଲେ । ସେଲୁନ୍‌ରୁ ବାହାରିବା ବେଳେ ତାଙ୍କ ମୁହଁରେ ହସ ଥିଲା । ଗୀତ ବି ଗାଉଥିଲେ । ବେଶ ଖୁସ ମିଜାଜ୍‌ରେ ଥିଲେ । ସେତେବେଳକୁ ଝିପି ଝିପି ବର୍ଷା ହେଉଥିଲା । କିଛି ସମୟ ପରେ ଆଇସ୍‌କ୍ରିମ୍‌ ପାର୍ଲର ସାମ୍ନାରେ ତାଙ୍କ ସାଙ୍ଗଙ୍କ କାର୍‌ ଲାଗିଲା । ସେ ଦୌଡ଼ି ଯାଇ କାର୍‌ରେ ବସିଗଲେ । ସେଲୁନ୍‌ ମାଲିକଙ୍କ କହିବା ମୁତାବକ, କାରରେ ୨ଜଣ ଯୁବକ ବସିଥିଲେ । ସେଠୁ ସେମାନେ କୁଆଡ଼େ ଗଲେ, ତାହା ୨ ସାଙ୍ଗଙ୍କୁ ଜଣା । ସେମାନେ ଇନ୍‌ଫୋସିଟିରୁ ପାତ୍ରପଡ଼ାରେ କେତେବେଳେ ପହଞ୍ଚିଲେ? ବାଟରେ ତାଙ୍କ ସହ ଆଉ କେହି ସାଙ୍ଗ କାରରେ ଚଢ଼ିଥିଲେ କି? କି ରାତି ସାରା ଅନ୍ୟ କେଉଁଠି ବୁଲି ଭୋର ବେଳା ପାତ୍ରପଡ଼ାକୁ ଯାଇଥିଲେ? ଏସବୁ ପ୍ରଶ୍ନ ଉତ୍ତର ବି ୨ ସାଙ୍ଗଙ୍କ ପାଖରେ । ଅପର ପକ୍ଷରେ ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ରାତିରେ କେହି ତାଙ୍କୁ ଅପହରଣ କରିବା ସହ ଟଙ୍କା ମାଗୁଥିଲେ । କିନ୍ତୁ ଭୋର୍‌ ୪ଟା ୧୧ରେ ତାଙ୍କ ବାପାଙ୍କୁ ଶେଷ ଥର ପାଇଁ ଫୋନ୍‌ କରିଥିଲେ ମନିଷ । ଘରକୁ ଫେରୁଛନ୍ତି ବୋଲି କହିଥିଲେ । ତାଙ୍କ କଥାରେ ସହମତି ଭରିଥିଲେ ଅନ୍ୟଜଣେ ସାଙ୍ଗ । ମନିଷଙ୍କୁ ଅପହରଣ ପଛର ସତ କ’ଣ? ଟଙ୍କା ପାଇଁ କାରରେ ଥିବା ସାଙ୍ଗଙ୍କ ସହ କିଛି ଝଗଡ଼ା ହୋଇଥିଲା କି? ପୋଖରୀ କୂଳରେ ସେମାନଙ୍କ ମଧ୍ୟରେ କିଛି ଝଗଡ଼ା ହୋଇଥିଲା କି? ଯେଉଁଥିରୁ ରାଗିଯାଇ ସାଙ୍ଗମାନେ ମନିଷଙ୍କ ତଣ୍ଟି ଚିପି ମାରି ପୋଖରୀରେ ଫିଙ୍ଗି ଦେଇଛନ୍ତି । ଏନେଇ ପୁଲିସ ତନାଘନା ଚଳାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!