ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଡେନମାର୍କରେ ଖେଳା ଯାଉଥିବା ଥମାସ-ଉବେର କପ ବ୍ୟାଡ ମିଂଟନର ପ୍ରଥମ ଦିବସରେ ସ୍ପେନ ବିପକ୍ଷରେ ଭାରତ ୩-୨ର ଅଗ୍ରଣୀ ହାସଲ କରିଛି । ଭାରତର ଷ୍ଟାର ମହିଳା ଖେଳାଳି ସାଇନା ନେହ୍ୱାଲ ପ୍ରଥମ ସେଟରେ ବିପକ୍ଷ ଦଳର କ୍ଲାରା ଅର୍ଜୁରମେଂଣ୍ଡୀଙ୍କ ବିପକ୍ଷରେ ହାରିବା ପରେ ଆଘାତ ସମସ୍ୟା ଯୋଗୁ ମ୍ୟାଚରୁ ଓହରି ଯାଇଥିଲେ । ମାତ୍ର ଏହା ପରେ ମାଳବିକା ୨୧-୧୩, ୨୧-୧୫ରେ ବେଟ୍ରିଜ କୋରଲ୍ସଙ୍କୁ, ତନୀଷା କ୍ରାସ୍ତୋ-ଋତୁପର୍ଣ୍ଣା ଯୋଡି ୨୧-୧୦, ୨୧-୮ରେ ପାଉଲା ଲୋପେଜ-ଲୌରେନ୍ସ ଉସ୍ଲେଙ୍କୁ ଏବଂ ଅଦିତି ଭଟ୍ଟ ୨୧-୧୬, ୨୧-୧୪ରେ ଅନିୟା ସେତେନିଙ୍କୁ ପରାସ୍ତ କରିଥିଲେ । ଅଶ୍ୱୀନ ପୋନାପ୍ପା- ସିକ୍କି ରେଡ୍ଡୀ ୧୮-୨୧, ୨୧-୧୪ ଓ ୧୭-୨୧ରେ କ୍ଲାରା ଓ ବେଟ୍ରିଜଙ୍କ ନିକଟରୁ ପରାଜିତ ହୋଇଥିଲେ ।






