ଫୁଲବାଣୀ, (ବାଘୁଆବାର୍ତ୍ତା): ଏସ୍ପିଙ୍କ ନିକଟରେ ମାଓବାଦୀର ଆତ୍ମସମର୍ପଣ । କନ୍ଧମାଳ ଏସ୍ପିଙ୍କ ନିକଟରେ ବିଜିଏନ୍ ଡିଭିଜନର ମାଓବାଦୀ ରାହୁଲ ମୂଷାକି (ପିଣ୍ଟୁ) ଆତ୍ମସମର୍ପଣ କରିଛି । ବହୁ ହିଂସାରେ ରାହୁଲ ସାମିଲ ଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ରାହୁଲ ମୂଷାକିର ଘର ଛତ୍ତିଶଗଡ଼ ସୁକୁମା ଜ଼ିଲ୍ଲାର ଜେଗୁରୁମୁଣ୍ଡା ପଞ୍ଚାୟତ ତଳଟ ଗ୍ରାମରେ କ୍ଷ ୨୦୧୫ ରୁ ରାହୁଲ ମାଓ ସଂଗଠନ ରେ ମିଶି କାର୍ୟ୍ୟ କରିଆସୁଥିଲା ବୋଲି କହିଛି କ୍ଷ ତେବେ ରାଜ୍ୟ ସରକାର ଙ୍କ ବିଭିନ୍ନ ଉନୟନ୍ନ ମୂଳକ କାର୍ୟ୍ୟରେ ପ୍ରଭାବିତ ହୋଇ ମାଓ ସଂଗଠନ ଛାଡି ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମନସ୍ଥ କରିଥିଲେ । ଆଜି ରାହୁଲ ଏସ୍ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି କ୍ଷ ସେହିପରି ମୁଖ୍ୟମନ୍ତ୍ରୀଙ୍କ ମାଓବାଦୀଙ୍କୁ ହିଂସା ଛାଡି ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଅପିଲ କରିବା ପରେ ଆତ୍ମ ସମର୍ପଣ କରିଥିବା କଥା ଏସପି କହିଛନ୍ତି କ୍ଷ ତେବେ କନ୍ଧମାଳ ପୋଲିସର ରୀତିମତ କମ୍ବିଂ ଅପରେସନ ଲାଗି ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଯାହାଫଳରେ ଏବେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି ।






