Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରମ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ପ୍ରିସିସିୟନ କମ୍ପାନୀର ଶ୍ରମିକ

by ସଞ୍ଜୟ ସ୍ୱାଇଁ
October 10, 2021
in State
ଶ୍ରମ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ପ୍ରିସିସିୟନ କମ୍ପାନୀର ଶ୍ରମିକ
63
VIEWS
Share on FacebookShare on Twitter

କଳାହାଣ୍ଡି, (ବାଘୁଆବାର୍ତ୍ତା): ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ପ୍ରିସିସିୟନ କମ୍ପାନୀର ଶ୍ରମିକମାନେ। କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା ଲିମିଟେଡ଼ କମ୍ପାନୀ ଦୀର୍ଘବର୍ଷ ହେଲା ଲାଞ୍ଜିଗଡ଼ରେ ନିର୍ମାଣ କରାଯାଇଛି। ବେଦାନ୍ତ ଭିତରେ ଅନେକ ବଡ଼ ବଡ଼ କମ୍ପାନୀଗୁଡ଼ିକ ରହିଥିବାବେଳେ ଅନେକ ଶ୍ରମିକ କାମ କରି ନିଜ ପରିବାରର ପେଟ ପୋଷୁଛନ୍ତି। ହେଲେ ବେଦାନ୍ତ ଆଲୁମିନା କମ୍ପାନୀ ଅଧୀନରେ ଥିବା ପ୍ରିସିସିୟନ ଇଞ୍ଜିନିୟରିଂ ଲିମିଟେଡ଼ର ମନମୁଖୀ ଶାସନରେ ଅତିଷ୍ଠ ହୋଇ କିଛି ଶ୍ରମିକ ଗତ କିଛିମାସ ହେବ କମ୍ପାନୀ ବାହାରେ ବସୁଥିବା ଅଭିଯୋଗ ହୋଇଛି। ସେମାନଙ୍କୁ କାମରୁ ହଟାଇ ଶ୍ରମିକ ମାରଣାନୀତି ଅବଲମ୍ବନ କରାଯାଉଛି। ଶ୍ରମିକମାନଙ୍କ କହିବା ଅନୁଯାୟୀ, କମ୍ପାନୀରେ ଅନେକ କାର୍ୟ୍ୟ ଆଇନ ବିରୁଦ୍ଧରେ ହେଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ।ଯାହା ଫଳରେ ପ୍ରିସିସିୟନ କମ୍ପାନୀର ବିମଲ ହୋତା ଏବଂ ସୁଶାନ୍ତ ଶତପଥୀଙ୍କ ଏକଛତ୍ରବାଦୀ ନୀତି ଚାଲିଛି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଶ୍ରମିକମାନେ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାପାଳ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଜଣାଇଥିଲେ। ମାତ୍ର ନ୍ୟାୟ ଦେବା ବଦଳରେ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ ଦିନ ଗଡ଼ାଇ ଚାଲିଥିବାବେଳେ ୪ମାସ ବିତେଇ ସାରିଲେଣି। ଆସନ୍ତା ଅକ୍ଟୋବର ୧୧ତାରିଖରେ ସମାଧାନ ହେବ ବୋଲି ଶ୍ରମ ଅଧିକାରୀ କହିଛନ୍ତି। ଏପଟେ ୧୧ତାରିଖରେ ସମାଧାନ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ବେଦାନ୍ତ ଆଲୁମିନା ଲିମିଟେଡ଼ କମ୍ପାନୀର ମୁଖ୍ୟ ଫାଟକ ଆଗରେ ଧାରଣା ଦେବେ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!