ରାଉରକେଲା, (ବାଘୁଆବାର୍ତ୍ତା): ପୁଣି ବିପୁଳ ପରିମାଣର ବ୍ରାଉନ୍ସୁଗାର ଜବତ । ରାଉରକେଲା ପ୍ଲାଣ୍ଟ ସାଇଡ଼ ପୋଲିସ ଦ୍ୱାରା ୫୦ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଛି । ଏହାସହିତ ଘଟଣାରେ ୨ଜଣଙ୍କୁ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ବ୍ରାଉନ୍ସୁଗାର କାରବାର ନେଇ ପୋଲିସ ନିକଟରେ ଗୁପ୍ତ ସୂଚନା ମିଳିଥିଲା । ପୂର୍ବ ସୂଚନା ଆଧାରରେ ଚଢାଉ କରିଥିଲା ରାଉରକେଲା ପ୍ଲାଣ୍ଟ ସାଇଡ଼ ପୋଲିସ । ଏହି ଚଢାଉରେ ୫୦ ଗ୍ରାମର ବ୍ରାଉନ୍ସୁଗାର ଜବତ କରିଛି ପୋଲିସ । ଏହାସହିତ ୨ଜଣଙ୍କୁ ଅଟକ ରଖାଯାଇଛି । ବ୍ରାଉନ୍ସୁଗାର କାରବାର ନେଇ ଆଉ କେଉଁଆଡେ ଲିଙ୍କ ରହିଛି । ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ । ସେପଟେ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରଖିଛି ପୋଲିସ ।






