Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ

by ସଞ୍ଜୟ ସ୍ୱାଇଁ
October 10, 2021
in Crime, State
ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ
345
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶନିବାର ଏହି ତିନି ଅଧିକାରୀ ବିଡ଼ା ବିଡ଼ା ଟଙ୍କା ଧରି ନିଜ ନିଜ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେମାନଙ୍କ ଠାରୁ ମୋଟ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ କରାଯାଇଛି। ଗିରଫ ହୋଇଥିବା ଏହି ୩ ପ୍ରଥମ ଶ୍ରେଣୀ କର୍ମଚାରୀ ହେଲେ- କେନ୍ଦୁଝର ଶାଳପଡ଼ା ବୈତରଣୀ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, ରାଉରକେଲା ପାନପୋଷସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଓ ବାଲେଶ୍ୱର ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା। ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ଠାରୁ ୧୦ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିବା ବେଳେ ପ୍ରକାଶ ମହାପାତ୍ରଙ୍କ ଠାରୁ ୧.୭୫ ଲକ୍ଷ ଓ ନରୋତ୍ତମ ବେହେରାଙ୍କ ଠାରୁ ୧୦ ଲକ୍ଷ ୧୪ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି। ଗତକାଲି ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ କେନ୍ଦୁଝରରୁ କଟକ ସ୍ଥିତ ନିଜ ଘର ଅଭିମୁଖେ ଅଫିସ୍ ବୋଲେରୋରେ ଆସୁଥିବା ବେଳେ ଯାଜପୁର ଏନ୍‌ସି କଲେଜ ସମ୍ମୁଖରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଅଟକାଇ ଥିଲେ। ଗାଡ଼ି ଯାଞ୍ଚ ବେଳେ ତାଙ୍କ ଠାରୁ ୧୦ ଲକ୍ଷ ୭ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ପରେ କଟକ ସ୍ଥିତ ତାଙ୍କ ଘରେ ଭିଜିଲାନ୍ସ ଅଧିକାରୀମାନେ ଖୋଜାଖୋଜି କଲା ବେଳେ ଆଉ ୬୪ ହଜାର ଟଙ୍କା ପାଇଥିଲେ। ଯାଜପୁର ଭିଜିଲାନ୍ସ ବିଭାଗ ସହିତ କଟକ ଭିଜିଲାନ୍ସ ଏସ୍‌ପି ଓ ତାଙ୍କ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ରାଉରକେଲାରୁ ଟଙ୍କା ଧରି ଭୁବନେଶ୍ୱର ଆସୁଥିବା ବେଳେ ସୁନ୍ଦରପଦା ନିକଟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କ ଠାରୁ ୧ଲକ୍ଷ ୮୫ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ଏହା ପରେ ତାଙ୍କର ସୁନ୍ଦରପଦା ଘରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ସେହିପରି ଏକ ଘରୋଇ କାର ଯୋଗେ ବାଲେଶ୍ୱର ସ୍ଥିତ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ଭୁବନେଶ୍ୱର ଆସୁଥିବା ବେଳେ କଟକ ଟାଙ୍ଗୀ ଚେକ୍ ଗେଟ୍ ନିକଟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଅଟକାଇ ଥିଲେ। ଗାଡ଼ି ଯାଞ୍ଚ ବେଳେ ତାଙ୍କ ଠାରୁ ୮୯ ହଜାର ଟଙ୍କା ବାହାରିଥିଲା। ଏହା ପରେ ତାଙ୍କର ବାଲେଶ୍ୱର ସ୍ଥିତ ସରକାରୀ ବାସଭବନ ଓ ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ତାଙ୍କ ଠାରୁ ଆଉ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!