Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୌତୁକ ପାଇଁ ନବବଧୂଙ୍କୁ ନିର୍ୟାତନା

by ସଞ୍ଜୟ ସ୍ୱାଇଁ
October 10, 2021
in Crime, State
ଯୌତୁକ ପାଇଁ ନବବଧୂଙ୍କୁ ନିର୍ୟାତନା
65
VIEWS
Share on FacebookShare on Twitter

ବାଲିପାଟଣା, (ବାଘୁଆବାର୍ତ୍ତା): ବାଲିପାଟଣା ଥାନା ଅନ୍ତର୍ଗତ ଖଇରିପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନରସିଂହ ଶତପଥିଙ୍କ ପୁଅ ଓମ୍‌ ପ୍ରକାଶ ଶତପଥିଙ୍କ ନାମରେ ଆସିଛି ଯୌତୁକ ନିର୍ୟାତନା ଭଳି ସଙ୍ଗୀନ ଅଭିଯୋଗ । ଏଥିପାଇଁ ସେ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ୟାତନା ଦେବା ସହ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ବାଲିପାଟଣା ଥାନାରେ ପୀଡ଼ିତା ପ୍ରଜ୍ଞା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି । ବାଲିପାଟଣା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛ । ସୂଚନାରୁ ପ୍ରକାଶ, ନିଆଳି ଥାନା ଅନ୍ତର୍ଗତ ବଲୋରା ଗ୍ରାମର ବ୍ରଜ କିଶୋର ଷଡ଼ଙ୍ଗୀଙ୍କ କନ୍ୟା ପ୍ରଜ୍ଞା ଷଡ଼ଙ୍ଗୀଙ୍କୁ ଓମ୍‌ ପ୍ରକାଶ ବୈଦିକ ରୀତିରେ ବିବାହ କରିଥିଲେ । କନ୍ୟାପକ୍ଷରୁ ଯୌତୁକ ବାବଦ ୩ ଲକ୍ଷ ଟଙ୍କା, ଡ୍ରେସ ପାଇଁ ୫୦ହଜାର, ଦାମୀ ସୁନା ଚେନ, ବ୍ରେସଲେଟ, ୧୬ଟି ସୁନା ମୁଦି, ଝିଅର ଚୁଡ଼ି, ହାର ସହିତ ଘରୋଇ ଉପକରଣ ଯଥା ଫ୍ରିଜ୍‌, ୱାସିଙ୍ଗ ମେସିନ୍‌, ଟିଭି, ଡ୍ରେସିଂ ଟେବୁଲ, ଖଟ ଆଦି ଦିଆଯାଇଥିଲା । କିନ୍ତୁ ବିବାହର ୫/୬ ଦିନ ପରେ ସ୍ୱାମୀ ସ୍ତ୍ରୀକୁ ଛାଡି, କର୍ମକ୍ଷେତ୍ର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳକୁ ଚାଲିଯାଇଥିଲେ । ପୁଅର ଅନୁପସ୍ଥିତିରେ ଶାଶୂ ଶୈଳସୁତା ଶତପଥି, ଶ୍ୱଶୁର ନରସିଂହ ଶତପଥି, ନଣନ୍ଦ ପ୍ରିୟଦର୍ଶିନୀ ଶତପଥି ଓ ଅନ୍ୟ ଜଣେ ସମ୍ପର୍କୀୟ ନଣନ୍ଦ ମିଶି ପ୍ରଜ୍ଞାଙ୍କୁ ଦୈନିକ ମାଡ଼ ମାରିବା ସହ ଅକଥନୀୟ ଅତ୍ୟାଚାର କରୁଥିଲେ । ଏ ସମ୍ବନ୍ଧରେ ପ୍ରଜ୍ଞା ଘର ଲୋକଙ୍କୁ ଜଣାଇ୍‌ତଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଶାଶୂଘର ଲୋକେ ତାଙ୍କୁ ପୁନଶ୍ଚ ମାର୍‌ପିଟ୍‌ କରିଥିଲେ । ପ୍ରଜ୍ଞାଙ୍କ ବାପା ବ୍ରଜ କିଶୋର ପହଞ୍ଚି ବିରାଧ କରିବାରୁ, ସେ ମଧ୍ୟ ସେମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ । ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!