ଭୁବନେଶ୍ବର,(ବାଘୁଆବାର୍ତ୍ତା): ଖୋର୍ଦ୍ଧା ଟାଉନ ଗୁରୁଜଙ୍ଗରେ ଏକ ମର୍ମନ୍ତୁଦ ହତ୍ୟାକାଣ୍ଡ ହୋଇଥିବା ଖବର ହସ୍ତଗତ ହୋଇଛି । ପାରିବାରିକ କଳହରୁ ସ୍ବାମୀ ସ୍ତ୍ରୀକୁ ହତ୍ୟାକରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗୁରୁଜଙ୍ଗର ପତିତପାବନ ସାହିରେ ଆଜି ଘରୁ ଗଳାକଟା ଅବସ୍ଥାରେ ସ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ପ୍ରଧାନଙ୍କ ମୃତଦେହ ମିଳିଥିଲା । ଅଭିଯୁକ୍ତ ସ୍ବାମୀ କାର୍ତ୍ତିକ ପ୍ରଧାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ।






