ବନ୍ଧୁଗାଁ, (ବାଘୁଆବାର୍ତ୍ତା): ବନ୍ଧୁଗାଁରେ ୧୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ଏହି ଗାଁର ଲୋକମାନେ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଜଙ୍ଗଲର କିଛି ଅଂଶରେ ଚାଷ କରୁଥିଲେ । ୪ ବର୍ଷ ତଳେ ଏ ନେଇ ଆର୍ଆଇଙ୍କୁ ଆବଶ୍ୟକୀୟ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହାପରେ ରାଜ୍ୟ ସରକାରଙ୍କ ସୀକୃତି ଅନୁଯାୟୀ ୧୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ଏହା ସ୍ଥାନୀୟ ଲୋକଙ୍କ ଆର୍ଥିକ ଅବସ୍ଥା ସୁଧାରିବାରେ ସହାୟକ ହେବ ବୋଲି ଉପସ୍ଥିତ ସରକାରୀ ଅଧିକାରୀମାନେ ପ୍ରକାଶ କରିଛନ୍ତି ।






