Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୋନପୁର ଜିଲ୍ଲା ସଦର ମହକୁମାରେ ଜଜ୍ କୋର୍ଟର ନବ ନିର୍ମିତ କୋଠା ଉଦଘାଟିତ

by ସଞ୍ଜୟ ସ୍ୱାଇଁ
October 9, 2021
in State
ସୋନପୁର ଜିଲ୍ଲା ସଦର ମହକୁମାରେ ଜଜ୍ କୋର୍ଟର ନବ ନିର୍ମିତ କୋଠା ଉଦଘାଟିତ
55
VIEWS
Share on FacebookShare on Twitter

ସୋନପୁର, (ବାଘୁଆବାର୍ତ୍ତା): ସୋନପୁର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ଦୌରା ଜଜ୍ କୋର୍ଟର ନବ ନିର୍ମିତ ଚାରିମହଲା ନୂତନ କୋଠା ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଂଜନ ଦାସ, ଜଷ୍ଟିସ ଶତୃଘ୍ନ ପୁଝାରୀ ଓ ଜଷ୍ଟିସ ସାବିତ୍ରୀ ରଥୋ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ନବ ନିର୍ମିତ ଏହି ଚାରିମହଲା ଜିଲ୍ଲା ଦୌରା ଜଜ୍ କୋଠାଟି ଅତି ଉଚ୍ଚମାନର ହୋଇଥିବା ବେଳେ ଏଭଳି କୋଠାକୁ ଦେଖି ବେଶ୍ ପ୍ରଶଂସା କରିଥିଲେ ମୁଖ୍ୟ ବିଚାରପତି । ଏପରିକି ସୁବର୍ଣ୍ଣପୁର ଜିଲ୍ଲାର ଦୁଇ ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଂଜନ ଦାସ ଓ ଶତୃଘ୍ନ ପୁଝାରୀଙ୍କ ଉଦ୍ୟମ ବଳରେ ଏଭଳି କୋଠା ହୋଇ ପାରିଛି ବୋଲି କହିଥିଲେ । ଉଦଘାଟନୀ ଉତ୍ସବରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଝାରୀ, ଜିଲ୍ଲାପାଳ ଅବୋଲି ସୁନୀଲ ନରଓ୍ବଣେ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲାରେ ଏଭଳି ନୂତନ କୋଠା କୁ ନେଇ ଓକିଲମାନେ ବେଶ୍ ଖୁସୀ ଥିବା ବେଳେ ଜିଲ୍ଲାବାସୀ ମଧ୍ୟ ଉତ୍ସାହିତ ଅଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!