Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତା ୧୧ ତାରିଖରୁ ଦ୍ୱୈତନଗରୀରେ ଲାଗୁ ହେବ ନାଇଟ କର୍ଫ୍ୟୁ

by ସଞ୍ଜୟ ସ୍ୱାଇଁ
October 9, 2021
in State
ଆସନ୍ତା ୧୧ ତାରିଖରୁ  ଦ୍ୱୈତନଗରୀରେ ଲାଗୁ ହେବ ନାଇଟ କର୍ଫ୍ୟୁ
162
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାର୍ବଣ ଆରମ୍ଭ ହୋଇ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ବି ବଢ଼ିବାରେ ଲାଗୁଛି। ଏପରି ସମୟରେ କରୋନାର କୋପକୁ କମାଇବାକୁ ଆସନ୍ତା ୧୧ ତାରିଖରୁ ଦ୍ୱୈତନଗରୀରେ ଲାଗୁ ହେବ ନାଇଟ କର୍ଫ୍ୟୁ। ଏହି କଟକଣା ରାତି ୮ଟାରୁ ସକାଳୁ ୫ଟା ପର୍ୟ୍ୟନ୍ତ ବଳବତ୍ତର ରହିବ । ପାର୍ବଣ ବେଳେ ପୁଲିସ୍‌ ରାଡାରରେ ରହିବେ ଅପରାଧୀ । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏନେଇ ପୁଲିସ୍‌ କମିଶନର କହିଛନ୍ତି, ଯେପରି ରାତି ୮ଟା ପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ି ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ। ନିୟମ ଖିଲାପ କଲେ ଅମାନିଆ ଭୋଗିବେ ଦଣ୍ଡ । ଏଥିସହ ଦାଦାବଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କିଏ ଦାଦାବଟି ଆଦାୟ କରୁଥିବାର ନଜର ଆସିଲେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଦୁର୍ଗାପୂଜା ବେଳେ ସର୍ତକ ରହିବା ସହ ନିୟମ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସିପି । ଏଥିସହ ପାର୍ବଣ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ ପୁଲିସ୍‌ର ସ୍କାନରରେ ରହିବେ ଅପରାଧୀ। ଅପରାଧୀଙ୍କ ଉପରେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ୍ । ଟ୍ୱିନ୍ ସିଟିରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସିପି ଚେତାବନୀ ଦେଇଛନ୍ତି। କୋଭିଡ୍ ନିୟମ ଅନୁଯାୟୀ ମଣ୍ଡପରେ ପୂଜା ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି ସିପି। ଏଥିସହ ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ । ଆଇନ ଉଲ୍ଲଂଘନ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିପି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!