Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତିନି ବର୍ଷ ତଳେ ପୁଲିସକୁ ଚକମା ଦେଇ ଖସିଯାଇଥିବା ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମାକୁ ଗିରଫ କରିଛି ପୁଲିସ୍‌

by ସଞ୍ଜୟ ସ୍ୱାଇଁ
October 8, 2021
in Crime, State
ତିନି ବର୍ଷ ତଳେ ପୁଲିସକୁ ଚକମା ଦେଇ ଖସିଯାଇଥିବା ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମାକୁ ଗିରଫ କରିଛି ପୁଲିସ୍‌
97
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ତିନି ବର୍ଷ ତଳେ ପୁଲିସକୁ ଚକମା ଦେଇ ଖସି ଯାଇଥିବା ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମାକୁ ଗୁରୁବାର ଗିରଫ କରିଛି ପୁଲିସ୍‌। ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ଆଜି ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟିମା ସହିତ ତା’ର ତିନି ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଟିମାରେ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୪୧ରୁ ଅଧିକ ଅପରାଧିକ ମାମଲା ରହିଛି। ୨୦୧୮ ମସିହାରେ ଟିମା କୁଚିଣ୍ଡା ଥାନା ପୁଲିସ ଦ୍ୱାରା ଏକ ମାମଲାରେ ଗିରଫ ହୋଇଥିଲା। ତେବେ ଏକ ପୁରୁଣା ମାମଲାରେ କେନ୍ଦୁଝର ପୁଲିସ ତାକୁ ରିମାଣ୍ଡରେ ନେଉଥିବା ବେଳେ ସେ ପୁଲିସ ହେପାଜତରୁ ଖସି ପଳାଇ ଯାଇଥିଲା। ଏସ୍‌ପି ଆହୁରି କହିଛନ୍ତି, ଗତ ତିନି ମାସ ହେବ ପୁଲିସ ଟିମାକୁ ଧରିବାକୁ ଜାଲ ବିଛାଇ ଥିଲା। ଟିମାର ନିଜ ଘର ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାସନ ପୁର ଗାଁରେ। ସେ ଗାଁ ଲୋକଙ୍କୁ ଧମକାଇ ରଖୁଥିଲା। ଟିମା ଦ୍ୱିତୀୟ ବିବାହ କରିଛି। ତାର ସ୍ତ୍ରୀ ସମ୍ବଲପୁରର ଯମନପୁରା ଅଞ୍ଚଳରେ ରହୁଛି। ସେ କେତେ ବେଳେ ରାସନପୁରାରେ ରହୁଥିଲା ତ କେତେବେଳେ ଯମନପୁରାରେ ରହୁଥିଲା। ସେ ହ୍ୱାଟସପ୍ ଓ ଫେସବୁକ୍ ବ୍ୟବହାର କରେ ନାହିଁ। ଆମେ ଟିମା ଘରେ ବହୁଥର ଘରେ ଚଢ଼ଉ କରିଛୁ। ହେଲେ ତାକୁ ଧରିବାରେ ସଫଳ ହୋଇ ନଥିଲୁ। କିନ୍ତୁ ଶେଷରେ ଗତକାଲି ତାକୁ ଧରିବାରେ ସଫଳ ହୋଇଥିଲୁ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!