Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ସାଇରନ୍‌ରେ ଖୋଲିଦେଲେ ବୈତରଣୀ ନଦୀ ଗେଟ୍, ଫଳରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ

by ସଞ୍ଜୟ ସ୍ୱାଇଁ
October 8, 2021
in State
ବିନା ସାଇରନ୍‌ରେ ଖୋଲିଦେଲେ ବୈତରଣୀ ନଦୀ ଗେଟ୍, ଫଳରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ
65
VIEWS
Share on FacebookShare on Twitter

ଆନନ୍ଦପୁର, (ବାଘୁଆବାର୍ତ୍ତା): ବିନା ସାଇରନ୍‌ରେ ଖୋଲିଦେଲେ ବୈତରଣୀ ନଦୀ ସିଙ୍ଗିନାଳି ପାୱାର ପ୍ରୋଜେକ୍ଟ ଗେଟ୍ । ଫଳରେ ସେତେବେଳେ ସେହି ନିକଟରେ ଗାଧୋଉଥିବା ୨ ଜଣ ଯୁବକ ଭାସି ଯାଇଥିଲେ। ତେବେ ଦୁହେଁ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗଛରେ ଚଢ଼ି ଯାଇଥିଲେ ଓ ଅନ୍ୟ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଯାହାଙ୍କୁ ଲୋକମାନେ ଉଦ୍ଧାର କଲେ ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ଯୁବକ କାଦବହାଳି ଗାଁର ବୋଲି ଜଣାଯାଇଛି। ପ୍ରୋଜେକ୍ଟ କର୍ତ୍ତୃପକ୍ଷ ସାଇରନ୍‌ ନ ବଜାଇ ଗେଟ୍‌ ଖୋଲିଥିବାରୁ ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ତେବେ ଏହା କେବଳ ଆଜିର କଥା ନୁହେଁ, ପ୍ରୋଜେକ୍ଟ କର୍ତ୍ତୃପକ୍ଷ ପୂର୍ବରୁ ବି ଏମିତି ସାଇରନ୍‌ ନ ବଜାଇ ଗେଟ୍ ଖୋଲିଥିବା ଅଭିଯୋଗ ହୋଇଛି। କର୍ତ୍ତୃପକ୍ଷ ନିଜ ଇଚ୍ଛା ମୁତାବକ କାମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଧନଜୀବନ ପ୍ରତି ନଜର ଦେଉ ନ ଥିବା ଅଭିଯୋଗ ହୋଇଛି। ଏହି ପାୱାର ପ୍ରୋଜେକ୍ଟ ପ୍ରାୟ ବର୍ଷେ ହେବ କାର୍ୟ୍ୟକ୍ଷମ ହୋଇଥିବା ବେଳେ ସେବେଠୁ ଅଞ୍ଚଳବାସୀଙ୍କ ଦୁଃଖ ବଢ଼ିଚାଲିଥିବା ଅଭିଯୋଗ ହୋଇଛି। ଏପରିକି ଏହି ପ୍ରୋଜେକ୍ଟ ହେବା ପରଠୁ ବିସ୍ଥାପିତଙ୍କୁ ପ୍ରତିଶ୍ରୁତି ମୁତାବକ ଚାକିରି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ସବୁ ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଉତ୍ତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି। ବେରିଂ ଭାଙ୍ଗିଯିବାରୁ ଏହି ପରିସ୍ଥିତି ଉପୁଜିଲା ବୋଲି ସଫେଇ ଦେଇଛନ୍ତି ପ୍ରୋଜେକ୍ଟ କର୍ତ୍ତୃପକ୍ଷ । ହେଲେ ଏହାକୁ ମାନିବାକୁ ଉତ୍ତ୍ୟକ୍ତ ଲୋକ ନାରାଜ । ବର୍ଷକ ତଳେ ନିର୍ମିତ ହୋଇଥିବା ପା଼ୱାର ପ୍ରୋଜେକ୍ଟର ବେରିଂ କିପରି ଭାଙ୍ଗିଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!