ଭୁବନେଶ୍ବର, (ବାଘୁଆବାର୍ତ୍ତା): ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବେପାରୀ । ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡିବସିଲା ଏସଟିଏଫ । ରାସ୍ତା କଡରେ କାର୍ ଭିତରେ ଚାଲିଥିଲା ବଜ୍ରକାପ୍ତା ଡିଲ୍ । ଚଢାଉ ବେଳେ ଦୁଇ ଅଭିଯୁକ୍ତ କୈଳାସ ଖୋସାଲା ଓ ଚୈତନ ଭତ୍ରକୁ ଗିରଫ କରିଛି ଏସଟିଏଫ୍ । ଏମାନେ କେବିକେ ଅଂଚଳର ବୋଲି ଏସସିଏଫ ସୂଚନା ଦେଇଛି । ଗତ ଏକ ବର୍ଷ ମଧ୍ୟରେ ୫ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଧରିବାରେ ସଫଳ ହୋଇଛି ଏସଟିଏଫ୍ ।






