Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ୍ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ନିଜ ଗ୍ୟାଙ୍ଗ୍ ସହ ଦୁର୍ଦ୍ଦାନ୍ତ ଅପରାଧୀ କୁନା ଫେରାର

by ସଞ୍ଜୟ ସ୍ୱାଇଁ
October 7, 2021
in Crime, State
ପୁଲିସ୍ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ନିଜ ଗ୍ୟାଙ୍ଗ୍ ସହ ଦୁର୍ଦ୍ଦାନ୍ତ ଅପରାଧୀ କୁନା ଫେରାର
221
VIEWS
Share on FacebookShare on Twitter

ବ୍ରହ୍ମୁପର, (ବାଘୁଆବାର୍ତ୍ତା): ପୁଲିସ୍ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ନିଜ ଗ୍ୟାଙ୍ଗ୍ ସହ ଫେରାର ହୋଇଗଲା ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଡ଼େୟାଗଡ଼ ଗାଁ ନିକଟରେ ଘଟିଛି ଏହି ଘଟଣା। ଚଡ଼େୟାଗଡ଼ ଗାଁ ନିକଟରେ ଏକ ପାହାଡ଼ରେ କୁନା ତା’ ଗ୍ୟାଙ୍ଗ ସହିତ କ୍ୟାମ୍ପ କରି ରହିଥିବା ନେଇ ପୁଲିସ୍‌କୁ ଖବର ମିଳିଥିଲା। ସେମାନଙ୍କୁ ଧରିବା ପାଇଁ ଦିଗପହଣ୍ଡି ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲା। ତେବେ ସେହି ସମୟରେ କୁନା ଓ ତା’ ଗ୍ୟାଙ୍ଗ ସେମାନଙ୍କ ଉପରକୁ ଗୁଳି କରିବା ସହିତ ବୋମା ଫିଙ୍ଗିଥିଲା। ଗାଁ ଲୋକଙ୍କୁ କ୍ଷତି ପହଞ୍ଚିବା ଆଶଙ୍କା କରି ପୁଲିସ୍ ପାଲଟା ଜବାବ ଦେଇ ନଥିଲା। ଆଉ ଏହାର ସୁଯୋଗ ନେଇ କୁନା ଓ ତା’ ଗ୍ୟାଙ୍ଗର ସଦସ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ। ଗୁଳି ଓ ବୋମାମାଡ଼ରେ କୌଣସି ପୁଲିସ୍ କର୍ମଚାରୀ ଆହତ ହୋଇ ନଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। କୁନା ଓ ତା’ ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ୍‌ ସର୍ଚ୍ଚ ଅପରେସନ୍ ଜାରି ରଖିଛି। କୁନାର ଆଡ୍ଡାରୁ ୩ଟି ୯ଏମଏମ ଗୁଳି, ୮ଟି ଦେଶୀ ଗୁଳି, ୨ଟି ଦେଶୀ ବନ୍ଧୁକ ସହିତ ବହୁ ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। କୁନା ଦିଗପହଣ୍ଡି ଓ ଗୋଲନ୍ଥରା ଥାନା ଇଲାକାରେ ଆତଙ୍କ ସୃଷ୍ଟି କରିଛି। ତା’ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଓ ଡକାୟତି ଭଳି ୨୫ରୁ ଅଧିକ ମାମଲା ରହିଥିବା ଏସପି ପିନାକ ମିଶ୍ର କହିଛନ୍ତି। କୁନାକୁ ଖୁବ୍‌ଶୀଘ୍ର ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!