Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୋଲପଟାରେ ଶିକ୍ଷକ ତାଲିମ ଶିବିର ଉଦଯାପିତ

by ସଞ୍ଜୟ ସ୍ୱାଇଁ
October 7, 2021
in State
ସୋଲପଟାରେ ଶିକ୍ଷକ ତାଲିମ ଶିବିର ଉଦଯାପିତ
198
VIEWS
Share on FacebookShare on Twitter

ଶରଣକୁଳ, (ବାଘୁଆବାର୍ତ୍ତା): ଆଜି ଶରଣକୁଳ ଅନ୍ତର୍ଗତ ସୋଲପଟା ହାଇସ୍କୁଲ ପରିସରରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଶିକ୍ଷକ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମକୁ ପ୍ରଧାନଶିକ୍ଷକ ଗିରିଜା ଶଙ୍କର ମହାପାତ୍ର ଉଦଘାଟନ କରିଥିବାବେଳେ ଆଜିର ଉଦଯାପନୀ କାର୍ୟ୍ୟକ୍ରମରେ ଏବିଇଓ ଭାଗ୍ୟଲତା ଦାଶ ଯୋଗଦେଇ ପ୍ରଥମଶ୍ରେଣୀରୁ ତୄତୀୟ ଶ୍ରେଣୀ ମଧ୍ୟରେ ପିଲାମାନଙ୍କର ତୄଣମୂଳ ସ୍ତରରେ ସର୍ବନିମ୍ନ ଭାଷାଜ୍ଞାନ ଓ ଗଣିତଜ୍ଞାନକୁ କିପରି ସୁଦୄଢ଼ କରାଯାଇପାରିବ, ତାହା ହିଁ ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଏ ଅବସରରେ ରାଜ୍ୟ ସାଧନକର୍ମୀ ନୀଳମାଧବ ମହାରଣା, ଜିଲ୍ଲା ସାଧନକର୍ମୀ ଯଶୋବନ୍ତ ପଟ୍ଟନାୟକ, ରଘୁନାଥ ଦାଶ, ତ୍ରିନାଥ ପ୍ରଧାନ ଯୋଗଦେଇ ଗୋଡିପଡା, ବଡ଼କୁଟୁଣି, ଭାଲିଆଡିହି, ଆଙ୍ଗିସିଙ୍ଗି, କଲ୍ୟାଣପୁର ଓ ସାଲପଟା କ୍ଲଷ୍ଟରର ପ୍ରାୟ ୧୨୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଜାତୀୟ ଶିକ୍ଷାନୀତି ଆଧାରରେ ଆସନ୍ତା ୨୦୨୫ ମସିହା ସୁଦ୍ଧା ସମସ୍ତ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀଙ୍କୁ ଭାଷା ଓ ଗଣିତ ଶିକ୍ଷଣ ତଥା ଏହାର ପ୍ରୟୋଗ ପାଇଁ ଦକ୍ଷ କରିବାକୁ ହେଲେ ଏବଂ ଜାତୀୟ ଉପଲବ୍ଧି ସର୍ବେକ୍ଷଣରେ ସଫଳତା ହାସଲ କରିବାକୁ ହେଲେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଚେଷ୍ଟିତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ଉକ୍ତ ଶିକ୍ଷକ ତାଲିମ ଶିବିରକୁ ସିଆରସିସି ଦେବାଶିଷ ଦାଶ, ରବୀନ୍ଦ୍ର କୁମାର ଘଡେଇ ଓ ଟୁକୁନା ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!